14.1 C
Bhubaneswar
Monday, December 8, 2025
Homeଓଡିଶାଦର୍ଶକଙ୍କ ମନ ମୋହୁଛି ଐତିହାସିକ କଟକ ବାଲିଯାତ୍ରା ୨୦୨୫

ଦର୍ଶକଙ୍କ ମନ ମୋହୁଛି ଐତିହାସିକ କଟକ ବାଲିଯାତ୍ରା ୨୦୨୫

କଟକ: ଦର୍ଶକଙ୍କ ମନ ମୋହୁଛି ଐତିହାସିକ କଟକ ବାଲିଯାତ୍ରା ୨୦୨୫ । ଆଲୋକମାଳାରେ ଗଛ ଗୁଡିକୁ ସୁସଜ୍ଜିତ କରାଯାଇଛି । ପୁରା ମେଳାକୁ ବିଭିନ୍ନ ରଙ୍ଗ ଲାଇଟରେ ସଜାଯାଇଛି । ଜନସାମଗମରେ ଭର୍ତ୍ତି ଏହି ମେଳା । ଦୂର ଦୂରାନ୍ତରରୁ ଆସି ବୁଲି ଯାଉଛନ୍ତି ଲୋକେ । ବାଲିଯାତ୍ରାରେ ଡ୍ରାଗନ , ଡଙ୍ଗା ଦୋଳି ଭଳି ଭିନ୍ନ ଭିନ୍ନ ଦୋଳି ପଡିଛି । ଯେଉଁଠି ପିଲାଠୁ ବଡ ସମସ୍ତେ ମନଭରି ଦୋଳି ଖେଳିପାରିବେ । ବହୁ ସିନେରି, ଜଳପରୀ, ସୋଲାର ସିଷ୍ଟମକୁ ସବୁ ୩ଡିରେ ଦେଖି ଖୁସି ହେଉଛନ୍ତି ଉପଭୋଗକାରୀ । ଏହା ଛଡା ରୋବୋଟିକ ଏନିମଲ ୱାଲଡ ଷ୍ଟଲ ପଡିଛି । ଯାହାକି ପ୍ରଥମେ ପଞ୍ଜାବରେ ଏହି ଷ୍ଟଲ ପଡିଥିଲା ତାପରେ ଏବେ କଟକରେ ପଡିଛି । ଏହି ମେଳାରେ ରୋବୋଟିକ ପଶୁ ମାନଙ୍କୁ ଦେଖିବାକୁ ମିଳିବ , ବାଘ, ସିଂହ , ବିଭିନ୍ନ ବନ୍ୟଜନ୍ତୁ, ଡାଇନୋସରକୁ ମଧ୍ୟ ଦେଖିପାରିବେ । ଏହାକୁ ସଂପୂର୍ଣ୍ଣ ୩ଡି ଭଳି ସେଟିଙ୍ଗ କରାଯାଇଛି ।

ରୋବୋଟିକ ପଶୁମାନେ ରିମୋଟ କଣ୍ଟ୍ରୋଲ ଦ୍ୱାରା ଘୁରିବା ସହ ସାଉଣ୍ଡ ମଧ୍ୟ କରିବେ । ଆଉ ଦର୍ଶକମାନେ ଜଙ୍ଗଲର ଅନୁଭୁତି ପାଇପାରିବେ । ଏଥିସହ ମେଳାରେ ଓଡିଆ ଅସ୍ମିତାର ଚିତ୍ର ,ଭାଗବତ ଟୁଙ୍ଗି ମଧ୍ୟ କରାଯାଇଛି । ଲୋପ ପାଇଯାଉଥିବା କେତେ ଜିନିଷକୁ ଏଠାରେ ମନେ ପକାଇବେ ଉପଭୋଗକାରୀ । ଛୋଟ ପିଲାଙ୍କ ପାଇଁ ବହି ସହିତ ବର୍ଣ୍ଣବୋଧ ମାଳାରେ ପ୍ରମୁଖ ଗେଟକୁ ସଜାଯାଇଛି । ଯେଉଁଠାରେ ଭ୍ରମଣକାରୀମାନେ ସେଲଫି ନେଇ ମଜା ନେଉଛନ୍ତି । କେବଳ ଏତିକି ନୁହେଁ ବିଭିନ୍ନ ଖାଇବା ଷ୍ଟଲ ପଡିଛି । ମୀନା ବଜାର ଏବଂ ବିଭିନ୍ନ ଖେଳନା ଷ୍ଟଲ ପଡିଛି ।ବାଲିଯାତ୍ରା ଆଗକୁ ଆସିଲେ କାରିଗର ମାନଙ୍କ ହାତକୁ ଫୁରସତ ମିଳିନଥାଏ । କାମରେ ଲାଗି ପଡିଥାନ୍ତି କାରିଗର । ସଜାଯାଇଥିବା ଉପକରଣ ସବୁରେ ବହୁ ପରିଶ୍ରମ କରିଥାନ୍ତି କାରିଗର । କଟକ ଭଳି ଅନ୍ୟ ଜାଗାରେ ମଧ୍ୟ ବାଲି ଯାତ୍ରା ଆରମ୍ଭ ହୋଇଛିି । ପାରାଦୀପ , କେନ୍ଦ୍ରାପଡା, ଜଗତସିଂହପୁର ଏବେ ଏବେ ଭୁବନେଶ୍ୱର କୁଆଖାଇ ନଦୀ ନିକଟରେ ମଧ୍ୟ ବାଲି ଯାତ୍ରା ହେଉଛି । ହେଲେ କଟକ ବାଲିଯାତ୍ରାର ସ୍ୱତନ୍ତ୍ରତା ସବୁଠାରୁ ନିଆରା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking