37.1 C
Bhubaneswar
Thursday, March 12, 2026
Homeଓଡିଶାସୋଆ ଏସ୍‌ପିଏସ୍‌-୧ର ନୂତନ ଛାତ୍ରଛାତ୍ରୀଙ୍କ ନିମନ୍ତେ ଓରିଏଂଟେସନ୍ କାର୍ଯ୍ୟକ୍ରମ ଆୟୋଜିତ

ସୋଆ ଏସ୍‌ପିଏସ୍‌-୧ର ନୂତନ ଛାତ୍ରଛାତ୍ରୀଙ୍କ ନିମନ୍ତେ ଓରିଏଂଟେସନ୍ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ-୧ (ଏସ୍‌ପିଏସ୍‌-୧)ର ନୂତନ ଶିକ୍ଷା ବର୍ଷ ବି.ଫାର୍ମା ଓ ଏମ୍‌.ଫାର୍ମା ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଶୁକ୍ରବାର ଓରିଏଂଟେସନ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଡେପୁଟି ଡ୍ରଗ କଂଟ୍ରୋଲର ତଥା ଆଇପିଜିଏ ଓଡିଶା ଶାଖାର ସଭାପତି ଡ. ଲଳିତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଫାର୍ମାସୀ ଏକ ମହାନ ବୃତି ବୋଲି କହିଥିଲେ । ସ୍ୱାସ୍ଥ୍ୟ କ୍ଷେତ୍ରରେ ଫାର୍ମାସିଷ୍ଟମାନେ ସ୍ୱତନ୍ତ୍ର ଭୂମିକା ଗ୍ରହଣ କରିଥିବାବେଳେ କୋଭିଡ୍ ସମୟରେ ନିଜର କଠିନ ପରିଶ୍ରମ ଓ ନିଃସ୍ୱାର୍ଥପର ମନୋଭାବ ଯୋଗୁଁ ସମାଜର ହିତ ପାଇଁ ଅହରହ ଯୋଦ୍ଧା ପରି ଲଢୁଥିଲେ । ବର୍ତମାନ ସମୟରେ ଏହି ବୃତିଗତ ଶିକ୍ଷାକୁ ଅଧ୍ୟୟନ କରିବା ନିମନ୍ତେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଖୁବ୍ ଆଗ୍ରହ ପ୍ରକାଶ କରୁଛନ୍ତି ବୋଲି ସେ କହିଥିଲେ ।

ସେହିପରି ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇ ଦେଶର ଶ୍ରେଷ୍ଠ ୧୫ତମ ବିଶ୍ୱବିଦ୍ୟାଳୟ ଭାବେ ପରିଚିତ ସୋଆରେ ଅଧ୍ୟୟନ କରିବାକୁ ଚୟନ କରିଥିବା ଫାର୍ମାସୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଫାର୍ମାସି ବୃତିରେ ଆଗକୁ ଯିବା ନିମନ୍ତେ ଛାତ୍ରଛାତ୍ରୀମାନେ ଏହା ପ୍ରତି ସମ୍ମାନ ରଖିବା ସହିତ ସମୟାନୁବର୍ତିତା, କଠିନ ପରିଶ୍ରମ, ନିଃସ୍ୱାର୍ଥପର ମନୋଭାବ ପୋଷଣ କରିବା ଉଚିତ୍ ବୋଲି କହିଥିଲେ । ଏହି ଅବସରରେ ଏସ୍‌ପିଏସ୍‌-୧ର ଉପଦେଷ୍ଟା ପ୍ରଫେସର (ଡକ୍ଟର) ସୁଦାମ ଚରଣ ସି ଓ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଉପସ୍ଥିତ ରହି ନୂତନ ବର୍ଷର ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ନିଜର ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଫାର୍ମାସୀ-୧ର ଡିନ୍ ପ୍ରଫେସର (ଡକ୍ଟର) ଦେବଜ୍ୟୋତି ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରଫେସର (ଡକ୍ଟର) ଲକ୍ଷ୍ମୀଧର ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଫାର୍ମାସୀ ପାଠ୍ୟକ୍ରମ ଓ ସୋଆ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ । ଏସ୍‌ପିଏସ୍‌-୧ର ଆସୋସିଏଟ୍ ପ୍ରଫେସର (ଡ) ଶକ୍ତିକେତନ ପୁଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking