ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ପୁଣି ପଚରାଉଚରା ପାଇଁ ଅନିଲ ଅମ୍ବାନୀଙ୍କୁ ସମନ କଲା ଇଡି । ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରିଲାଏନ୍ସ ଗ୍ରୁପ୍ ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କୁ ନଭେମ୍ବର ୧୪ରେ ପୁଣି ଥରେ ପଚରାଉଚରା ପାଇଁ ସମନ କରିଛି । ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଏକ ବ୍ୟାଙ୍କ ଋଣ ଠକେଇ ସହିତ ଜଡିତ ମନି ଲଣ୍ଡରିଂ ମାମଲାରେ ଅନିଲ ଅମ୍ବାନୀଙ୍କୁ ସମନ କରିଛି ଇଡି । ଏଜେନ୍ସି ଅମ୍ବାନୀଙ୍କ ଗୋଷ୍ଠୀ କମ୍ପାନୀଗୁଡିକ ବିରୁଦ୍ଧରେ ତଦନ୍ତର ଅଁଶ ସ୍ୱରୂପ ସମ୍ପ୍ରତି ୭,୫୦୦ କୋଟି ଟଙ୍କାର ସମ୍ପତ୍ତି ଆଟାଚ୍ କରିଛି ।










