31.1 C
Bhubaneswar
Tuesday, March 17, 2026
Homeଦେଶ ବିଦେଶନ୍ୟୁୟର୍କର ନୂଆ ମେୟର ଜୋହରାନ୍ ମାମଦାନି: ଓଡ଼ିଶା ସହ ରହିଛି ଜୋହରାନ୍ ଓ ତାଙ୍କ ମା’ଙ୍କ...

ନ୍ୟୁୟର୍କର ନୂଆ ମେୟର ଜୋହରାନ୍ ମାମଦାନି: ଓଡ଼ିଶା ସହ ରହିଛି ଜୋହରାନ୍ ଓ ତାଙ୍କ ମା’ଙ୍କ ସମ୍ପର୍କ

ନ୍ୟୁୟର୍କ: ଆମେରିକାର ଅନ୍ୟତମ ପ୍ରସିଦ୍ଧ ସହର ନ୍ୟୁୟର୍କର ନୂଆ ମେୟର ଭାବେ ନିର୍ବାଚିତ ହୋଇଛନ୍ତି ଜଣେ ଭାରତୀୟ ବଂଶୋଦ୍ଭବ। ଏହି ଭାରତୀୟ ବଂଶୋଦ୍ଭବଙ୍କ ନାମ ଜୋହରାନ୍ ମାମଦାନି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିରୋଧୀ ଗୋଷ୍ଠୀରୁ ଜଣେ ହୋଇଥିବାରୁ ମାମଦାନୀଙ୍କୁ ଭୋଟ୍ ନକରିବା ପାଇଁ ଟ୍ରମ୍ପ୍‌, ନ୍ୟୁୟର୍କ ସହରବାସୀଙ୍କୁ ଧମକପୂର୍ଣ୍ଣ ଚେତାବନୀ ଦେଇଥିଲେ। ଏପରିକି ନ୍ୟୁୟର୍କକୁ ସମସ୍ତ ପ୍ରକାର ସରକାରୀ ସହାୟତା, ପାଣ୍ଠି ଯୋଗାଣରୁ ମଧ୍ୟ ବାଦ୍ ଦେବାକୁ ଟ୍ରମ୍ପ୍ ଧମକ ଦେଇଥିଲେ। ଏହାସତ୍ତ୍ୱେ ପ୍ରବାସୀ ଭାରତୀୟ ତଥା ଭାରତୀୟ ବଂଶୋଦ୍ଭବ ବର୍ଗର ଭୋଟରମାନେ ମାମଦାନିଙ୍କୁ ବିପୁଳ ପରିମାଣରେ ଭୋଟ୍ କରିଥିଲେ। ଯାହାଦ୍ୱାରା ମାମଦାନି ଏଠାରେ ଏକ ସହଜ ବିଜୟ ହାସଲ କରିଛନ୍ତି। ପ୍ରକାଶଯୋଗ୍ୟ, ୩୪ବର୍ଷୀୟ ମାମଦାନି ହେଉଛନ୍ତି ପ୍ରଥମ ଭାରତୀୟ-ଆମେରିକୀୟ ମୁସଲମାନ ମେୟର।

ମାମଦାନିଙ୍କ ଜନ୍ମ ଉଗାଣ୍ଡାରେ ହୋଇଥିଲା, କିନ୍ତୁ କିଛି ବର୍ଷ ପରେ ତାଙ୍କ ପରିବାର ନ୍ୟୁୟର୍କକୁ ଚାଲିଯାଇଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସେ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ମୀରା ନାୟାରଙ୍କ ପୁଅ। ମୀରା ନାୟାର ୧୯୫୭ରେ ଓଡିଶାର ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ଠାରେ ଜନ୍ମଗ୍ରହଣ କରିଥିଲେ। ମୀରା ଉଚ୍ଚଶିକ୍ଷା ପାଇଁ ହାଭାର୍ଡ ଚାଲିଯାଇଥିଲେ ଏବଂ ଫିଲ୍ମଜଗତରେ ପ୍ରବେଶ କରିଥିଲେ। ମୀରାଙ୍କ ସ୍ୱାମୀ ମେହମୁଦ ମାମଦାନି ମୁସଲମାନ। ମେହମୁଦ୍ ମୂଳତଃ ଭାରତର ଗୁଜରାଟ ରାଜ୍ୟର ସ୍ଥାୟୀବାସିନ୍ଦା। ଉଭୟ ବିବାହ କରିବା ପରେ ଉଗାଣ୍ଡାର କାମ୍ପାଲାକୁ ଚାଲିଯାଇଥିଲେ। ଏହି ସମୟରେ ଜୋହରାନ୍‌ଙ୍କ ଜନ୍ମ ହୋଇଥିଲା ଏବଂ ପରେ ପୁରା ପରିବାର ଆମେରିକାକୁ ଆସିଯାଇଥିଲେ। ଜୋହରାନ ମାମଦାନିଙ୍କ ରାଜନୈତିକ କ୍ୟାରିୟର ୨୦୨୦ ମସିହାରେ ଆରମ୍ଭ ହୋଇଥିଲା। ସେ ନ୍ୟୁୟର୍କ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। କୁଇନ୍ସର ଆଷ୍ଟୋରିଆ ଅଞ୍ଚଳରୁ ବିଧାନସଭାର ସଦସ୍ୟ ହେବା ପରେ ମାମଦାନି ସୁପରିଚିତ ହୋଇଥିଲେ। ସେ ଜନସାଧାରଣଙ୍କ ପାଇଁ ଏକ ମାଗଣା ବସ୍ ସେବା ଆରମ୍ଭ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking