ଜଗତସିଂହପୁର: ଦେବୀ ରଥଙ୍କ ଘର ପାଖରେ ଡିଜେ ବାଜିନି କହିଲେ ଡିଜେ ସଂଘ ସଭାପତି । ମାତ୍ରା ଶୋଭାଯାତ୍ରା ବେଳେ ବାଜାକୁ ନେଇ ପ୍ରତିଦ୍ୱନ୍ଦିତା ହୋଇଥିବା ଜାଣିଛି । ଡିଜେ ଉପରେ ଅଙ୍କୁଶ, ମାତ୍ର ବାଜାକୁ ନେଇ କୌଣସି କଟକଣା ନାହିଁ । ଯେଉଁଥିପାଇଁ ଏକ ଅମୂଲ୍ୟ ଜୀବନ ଚାଲିଗଲେ । ଏହି ଘଟଣାରେ ଆମେ ଦୁଃଖିତ । ଯେଉଁ ବାଜା ଦଳ ଆସିଥିଲା, ତାହା କେନ୍ଦ୍ରପଡାର ଥିଲା । ସେହି ଦଳକୁ ଦଣ୍ଡିତ କରାଯାଉ । ସୂଚାନଯୋଗ୍ୟ, ଆଜି ଯାତ୍ରାକଳାକାର ଦେବୀ ପ୍ରସାଦ ରଥଙ୍କର ପରଲୋକ ହୋଇଛି । ଆଜି ଭୋର ସମୟରେ ହୃଦଘାତରେ ତାଙ୍କର ପରଲୋକ ହୋଇଛି । ଜଗତସିଂହପୁର ପାରାଦୀପ ଗଡ ସ୍ଥିତ ବାସଭବନରେ ହୃଦଘାତରେ ସେ ଆଖି ବୁଜିଛନ୍ତି । ୨୦୧୭ରୁ ଯାତ୍ରା ଜଗତରୁ ବିଦାୟ ନେଇଥିଲେ ଦେବୀ ପ୍ରସାଦ । ୪୨ ବର୍ଷ ଧରି ଜାମାରୁ ଅଭିନୟ କରି ଯାତ୍ରା ମଞ୍ଚରେ ଅଭିନୟ ଜାରି ରଖିଥିଲେ ।










