26.1 C
Bhubaneswar
Sunday, May 3, 2026
Homeଓଡିଶାକାର୍ତ୍ତିକ ମାସରେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ

କାର୍ତ୍ତିକ ମାସରେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ

ରାୟଗଡ଼: ପବିତ୍ର ଧର୍ମପରାୟଣ କାର୍ତ୍ତିକ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ରାୟଗଡ଼ ଜିଲ୍ଲା, କୋଲନରା ବ୍ଲକ ଭୁଜବଳ ଗ୍ରାମରେ ବ୍ଲକ ସଭାପତି ସି ହେଚ୍ ରାମଚନ୍ଦ୍ରଙ୍କ ତତ୍ତ୍ୱାବଧାନରେ ଗ୍ରାମର ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି l ଏହି ଅଷ୍ଟପ୍ରହରୀ ନାମ ଯଜ୍ଞରେ ଉତ୍କଳ ଗୋପାଳ ସମାଜ ରାୟଗଡ଼ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଶରତ ଚନ୍ଦ୍ର ଗୌଡ଼ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରିତ ହୋଇ ନିଜର ସହଯୋଗୀ ଯଥା- କାଶୀପୁର ବ୍ଲକର ସଭାପତି ଶ୍ରୀଯୁକ୍ତ ଝିଲଧର ଗୌଡ଼,କାଶୀପୁର ବ୍ଲକ ଜୁନ ସଭାପତି ଶ୍ରୀଯୁକ୍ତ ଜଗନ୍ନାଥ ଗୌଡ଼, ଖୁରୀଗାଁ ପଞ୍ଚାୟତ ସଭାପତି ଶ୍ରୀଯୁକ୍ତ ଜଗମୋହନ ଗୌଡ଼, ମାଲିଗାଁ ମୁଖ୍ୟ ସଂଗଠକ ଶ୍ରୀଯୁକ୍ତ ସୁଶାନ୍ତ ଗୌଡ଼ଙ୍କୁ ନେଇ ଯୋଗ ଦେଇ ଅଷ୍ଟପ୍ରହରୀ ନାମଯଜ୍ଞର ଆଶୀର୍ବାଦ ଭିକ୍ଷା କରିଥିଲେ l ଏହି ନାମଯଜ୍ଞ ଅଷ୍ଟପ୍ରହରୀରେ ଭୁଜବଳ, ରେଙ୍ଗଳାପାଡୁ, ଗଉଡ଼କୁଣ୍ଡମ, ଜାମୁଲେଲିଙ୍ଗବାଡ଼ି, ଗୁଆକଣା, କୋଲନରା ଏହି ଗ୍ରାମ ଗୁଡିକ ଯୋଗଦେଇ ଅଷ୍ଟପ୍ରହରୀ ନାମଯଜ୍ଞକୁ ଆଗକୁ ଆଗେଇ ନେଇଥିଲେ l ମହାପ୍ରଭୁଙ୍କ ନାମଯଜ୍ଞରେ ଉପସ୍ଥିତ ଥିବା ସମସ୍ତ କର୍ମକର୍ତ୍ତା ତଥା ଭାଗବତ ପ୍ରେମୀ ଭାଇ ଭଉଣୀମାନେ ହରିବୋଲ ହୁଳହୁଳିର ସହିତ ଭବ୍ୟ ସମ୍ବର୍ଦ୍ଧନା ଜଣାଇ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଶରତ ଚନ୍ଦ୍ର ଗୌଡ଼ ଓ ତାଙ୍କ ସହଯୋଗୀ ମାନଙ୍କୁ ପାଛୋଟି ନେଇଥିଲେ l ଏହି ଅଷ୍ଟପ୍ରହରୀ ଯଜ୍ଞ ରେ ଅନେକ ଶ୍ରଦ୍ଧାଳୁ ଭକ୍ତମାନେ ଏକାଠି ହୋଇ ପାଳନ କରିଛନ୍ତି ଟେବେ ଏହି ଗୋପାଳ ଜାତିର ସମୂହ ଉନ୍ନତି ଉତ୍କଳ ଗୋପାଳ ସମାଜର ଲକ୍ଷ୍ୟ ବୋଲି ଶ୍ରୀ ଗୌଡ଼ ପ୍ରକାଶ କରିଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking