ପାଣି ଯଦି ମର୍ଯ୍ୟାଦା ଭାଙ୍ଗେ ତେବେ ବିନାଶ ହୋଇଥାଏ….
ବାଣୀ ଯଦି ମର୍ଯ୍ୟାଦା ଭାଙ୍ଗେ ତେବେ ସର୍ବନାଶ ହୋଇଥାଏ….
“ଆମକୁ ଅପେକ୍ଷା କରୁଥିବା ଜୀବନ ପାଇବାକୁ ହେଲେ, ଆମେ ଯୋଜନା କରିଥିବା ଜୀବନକୁ ଛାଡିବାକୁ ପ୍ରସ୍ତୁତ ହେବା ଆବଶ୍ୟକ !!”
ଭଲ ସମୟ ସମସ୍ତଙ୍କ ପାଇଁ ଆସେ,ଅପେକ୍ଷା କରିବା ହିଁ ମୂଳ ଚାବିକାଠି ,ଇଶ୍ବରଙ୍କ ଦରବାରରେ କାହା ପାଇଁ ଅନ୍ୟାୟ ହୁଏନାହିଁ ଏହି ମର୍ମକୁ ବୁଝିପାରି ଜୀବନ ପଥରେ ଆଗେଇବା ଉଚିତ !!”
“ସମୟ ସବୁ କିଛି ପରିବର୍ତ୍ତନ କରି ଦେଇଥାଏ , ଧୋର୍ଯ୍ଯର ସହ ପରିସ୍ଥିତି ସହିତ ଲଢନ୍ତୁ , ଦେଖିବେ ସମୟ ଆପଣଙ୍କୁ ଏକ ସୁନ୍ଦର ଉପହାର ଭେଟିଦେବ !!”
“ସଫଳତା ଗୋଟିଏ ଦିନରେ ମିଳିବନି।ଗୋଟିଏ ଦିନ ନିଶ୍ଚୟ ମିଳିବ !!”
“ସଫଳ ହେବାକୁ ଚାହୁଁଥିବା ବ୍ୟକ୍ତି ନିଜ କାମ କରିବାର ଶୈଳୀ ପରିବର୍ତ୍ତନ କରିବା ଉଚିତ, ଚିନ୍ତାଧାରା ନୁହେଁ !!”
ନିଜକୁ ବାରମ୍ବାର ଅନ୍ୟମାନଙ୍କ ସହିତ ତୁଳନା କଲେ ନିଜର ଅସଲ ପରିଚୟ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଏ, ଫଳସ୍ୱରୂପ ଅସନ୍ତୋଷ କିମ୍ବା ଦୁଃଖରେ ଜୀବନ ଅତିବାହିତ କରିବାକୁ ପଡ଼େ।
ମନର ଦ୍ଵନ୍ଦକୁ ଦୂର କରିବା ପାଇଁ ନିର୍ଣ୍ଣୟ-ଶକ୍ତିକୁ ବଢ଼ାଅ।
ଯଦି ଆପଣ ସମସ୍ତ କାର୍ଯ୍ୟରେ ସତ୍ୟନିଷ୍ଠ ହୋଇଥାନ୍ତି, ତା’ହେଲେ ଆପଣଙ୍କ ଭାବନା, ଉଚ୍ଚାରଣ ଏବଂ କର୍ମରେ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସର ବୀଜ ଅଙ୍କୁରିତ ହୋଇଉଠିବ।
“ଯେତେବେଳେ ମନ ହଲ୍କା ଥାଏ, ପରିସ୍ଥିତିଗୁଡିକ ମଧ୍ୟ ଡେଣା ପରି ହୋଇଯାଏ ।”
କାହିଁକି ନା ଭାରୀ ମନ ପ୍ରତ୍ୟେକ କଥାକୁ ଭାର ବନାଇଦିଏ, ଏବଂ ଶାନ୍ତ ମନ ପ୍ରତ୍ୟେକ କଥାରେ ଗଭୀର ଅର୍ଥ ଖୋଜିନିଏ।
ଯିଏ ଭିତରୁ ଶାନ୍ତ, ସେ ବାହାରର ଝଡ଼ରେ କେବେହେଲେ ଦୋହଲି ପାରିବ ନାହିଁ।
ଉଡ଼ିବା ଶିଖିବା ମାନେ କୌଣସି ପରିସ୍ଥିତିରୁ ପଳାଇବା ନୁହେଁ, ବରଂ ଏକ ଉନ୍ନତ ଦୃଷ୍ଟିକୋଣରେ ସେହି ପରିସ୍ଥିତିକୁ ଦେଖିବା —ଯେଉଁସ୍ଥାନରେ ଅଭିଯୋଗ ଶେଷ ହୁଏ ଏବଂ ଉତ୍ତମ ବୁଝାମଣା ଆରମ୍ଭ ହୁଏ।
ଆଜି କେବଳ ଗୋଟିଏ ସରଳ ଅଭ୍ୟାସ କରିବାକୁ ଚେଷ୍ଟା କରନ୍ତୁ—
ଯାହା କିଛି ମଧ୍ୟ ଘଟୁଛି, ତାହାକୁ ନିଜ ମନର ଡେଣା ସହିତ ବାନ୍ଧି ରଖ ନାହିଁ,
ବରଂ ସେଠାରୁ ଉଡ଼ିବା ଶିଖନ୍ତି
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମି ଭବ ତୁମେ
ଅଦ୍ୟ ନଭେମ୍ବର ମାସ ୦୫ ତାରିଖ ୨୦୨୫ ମସିହା (ବୁଧବାର)
ଶକାବ୍ଦ -୧୯୪୭
ସମ୍ବତ -୨୦୮୨
ଦିଲ୍ଲୀସ୍ୱରାଦ୍ଧ-୧୪୩୩
ସମ୍ବତ୍ସର-ସିଦ୍ଧାର୍ଥ
କାର୍ତ୍ତିକମାସ- ଶୁକ୍ଳ
ତିଥି-ପୂର୍ଣ୍ଣିମା ରାତ୍ରି ଘ୦୬/୪୬ ଗତେ ପ୍ରତିପଦ
ନକ୍ଷତ୍ର-ଅଶ୍ଵିନୀ ଦିବା ଘ୧୦/୧୩ ଗତେ ଦ୍ଵିଜା
ଚନ୍ଦ୍ର- ମେଷ
ଯୋଗ- ଅଶ୍ରୁକ୍
କରଣ – ବିଷ୍ଟି
ସୌରମାସ- ତୁଳା ୨୦ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୫୪/୪୪
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୮/୨୦
*✧═════•❁❀
ଯୋଗିନୀ ବାୟବ୍ୟେ ରାତ୍ରି ଘ୦୬/୪୬ ଗତେ ପୂର୍ବେ
ମେଷ ରାଶିର ଘତଚନ୍ଦ୍ର
କର୍କଟ ରାଶିର ଘାତବାର
ପୂର୍ଣ୍ଣିମା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳା-ଦିବା ଘ୦୮/୪୪ଗତେ ଘ୧୦/୧୨ମଧ୍ୟେ
ବାରବେଳା- ଦିବା ଘ୧୧/୩୪ ଗତେ ଘ୦୧/୦୧ ମଧ୍ୟେ
*══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୪୩ ମଧ୍ୟେ ଓ ଘ୦୭/୨୯ ଗତେ ଘ୦୮/୧୮ ମଧ୍ୟେ ଓ ଘ୧୦/୪୦ ଗତେ ଘ୧୧/୩୨ ମଧ୍ୟେ ରାତ୍ରି ଘ୦୫/୫୯ ଗତେ ଘ୦୬/୪୮ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୬/୪୪ ଗତେ ଘ୦୭/୨୮ ମଧ୍ୟେ ଓ ଘ୦୧/୫୫ ଗତେ ଘ୦୪/୧୮ ମଧ୍ୟେ
═✧══•❁❀❁•═*════✧
*ଅଦ୍ୟ ଆମିଷ ରାତ୍ରି ଘ୦୬/୪୬ ଗତେ ପାଣିକଖରୁ ଭକ୍ଷଣ ନିଷେଧ
✧═════•❁❀❁•═════
ଆଜିର ରାଶିଫଳ ✧═════•❁❀❁•═════
ମେଷ
ଆଜି ପ୍ରଶାସନ, ପରିବହନ ଓ ବିବାଦୀୟ କ୍ଷେତ୍ରରେ ସମାଧାନ ପାଇଁ ଚେଷ୍ଟାକରି ହେବେ। ଲକ୍ଷ୍ୟସ୍ଥଳକୁ ଯିବା ରାସ୍ତାରେ ମିତ୍ରତା ସ୍ଥାପନ କରିବାର ସୁଯୋଗ ପାବବେ ଆପଣଙ୍କୁ ସମ୍ମୁଖରେ ଭଲ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ ପ୍ରକାରର କଥା କହୁଥିବାର ଶୁଣି ଅଶାନ୍ତି ଅନୁଭବ କରିବେ।
✧═════•❁❀❁•═════
ବୃଷ
ଆଜି ଅଫିସରେ କାର୍ଯ୍ୟବ୍ୟସ୍ତତା ଯୋଗୁ କେତେକ କାମ ଠିକ୍ ସମୟରେ କରି ପାରିବେ ନାହିଁ।କର୍ମକ୍ଷେତ୍ରରେ ଆପଣଙ୍କୁ ଅର୍ଥଲାଭ ସହ କର୍ମକ୍ଷେତ୍ରକୁ ଋଦ୍ଧିମନ୍ତ ହେବ। ଆପଣଙ୍କ ବ୍ୟସ୍ତତାକୁ ହୃଦୟଙ୍ଗମ କରି କୌଣସି ବନ୍ଧୁ ଅଥବା ପାଖ ପଡୋଶୀମାନେ ସହଯୋଗର ହାତ ବଢାଇପାରନ୍ତି।
✧═════•❁❀❁•═════
ମିଥୁନ
ଆଜି ନିଜ ସଂସ୍ପର୍ଶରେ ଆସୁଥିବା କୌଣସି ବ୍ୟକ୍ତିଙ୍କୁ ଅପ୍ରିୟସତ୍ୟ କହି ତିକ୍ତତା ସୃଷ୍ଟି କରିପାରନ୍ତି। ରାଜନୀତି, ସଂଗଠନ, ସଭାସମିତି ଓ ଆନୁଷ୍ଠାନିକ କ୍ଷେତ୍ରରେ ନୂତନ କାମ ଆରମ୍ଭ କରି ପ୍ରଶଂସିତ ହେବେ । ସ୍ତ୍ରୀଙ୍କ ସୌହାର୍ଦ୍ଦ୍ୟରୁ ପାରିବାରିକ ଜୀବନ ସୁଖ ସନ୍ତୋଷରେ କଟିବ।
✧═════•❁❀❁•═════*
କର୍କଟ
ଆଜି ମାନସିକ ଅସ୍ତିରତା ଓ ବ୍ୟସ୍ତତା ମଧ୍ୟରେ ସମୟ ଅତିବାହିତ ହୋଇପାରେ । ସଭାସମିତିରେ ଜଣେ ପ୍ରତିଷ୍ଠାବାନ୍ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଆନନ୍ଦିତ ହୋଇପାରନ୍ତି। ମାଲିମକଦ୍ଦମା ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ବିଦ୍ରୋହ ଉପୁଜିପାରେ। ପ୍ରତିଯୋଗିତାରେ ସଫଳତା ଅର୍ଜନ କରିବେ।
✧═════•❁❀❁•═════
ସିଂହ
ବିଭିନ୍ନ ପ୍ରକାରର ଯୋଜନା କରିବା ସକାଶେ ଚିନ୍ତାକଲେ ମଧ୍ୟ ପ୍ରତିକୂଳ ପାରିପାର୍ଶ୍ୱିକ ସ୍ଥିତି ତାହା କରାଇଦେଇ ନ ପାରେ। ପୂର୍ବରୁ ରହିଥିବା ଋଣ ଭାରରେ ଅତିଷ୍ଠ ହେବେ ମାତ୍ର ପରିଶୋଧ କରିବାର ରାସ୍ତା ଖୋଜି ପାଇ ପାରିବେ ନାହିଁ। ସମସ୍ୟା ସରଳ ସମାଧାନ କରିବାରେ ସଫଳ ହେବେ।
✧═════•❁❀❁•═════
କନ୍ୟା
ଆଜି ଦିନଟିରେ ଯାହା କିଛି ପାଇବାର ଆଶା କରିବେ ତାହା ପୂରଣ ହୋଇପାରିବ। ଜମା ପଡୁ ନ ଥିବା ବନ୍ଧୁ କିମ୍ବା ଶତ୍ରୁତା କରୁଥିବା ଲୋକଟିର କଥା ମନକୁ ବାଧିପାରେ। ବ୍ୟବସାୟ କ୍ଷେତ୍ରରେ ଅଧିକ କିଛି ଆଶା ମନରେ ଦୁଃଖ ଦେଇପାରେ।ଆଜି ଭ୍ରାତୃବିବାଦ କିମ୍ବା ଜମିଜମା ବିବାଦ ଦେଖାଦେଇପାରେ।
✧═════•❁❀❁•═════
ତୁଳା
ସାମାନ୍ୟ ପ୍ରତିବନ୍ଧକ ମଧ୍ୟରେ ବନ୍ଧୁଙ୍କ ନିକଟରୁ ଆସାକରିଥିବା ଅର୍ଥପ୍ରାପ୍ତି ହେବ। ବିଭିନ୍ନ ପ୍ରକାରର ଚିନ୍ତା ଓ କଳ୍ପନା କରି କେବଳ ଭାବି ଭାବି ସମୟ କଟାଇବେ। ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିବା କୌଣସି ବନ୍ଧୁଙ୍କୁ ହଁ କରିପାରିବେନି କିମ୍ବା ନାହିଁ ମଧ୍ୟ କରି ପାରିବେନି। ଫେରି ଯାଉଥିବା ବନ୍ଧୁଟି ବାଟରୁ ଲେଉଟି ଆସିବେ।
✧═════•❁❀❁•═════
ବିଛା
ଆଜି ପରିବହନ, ଶିଳ୍ପ ଓ ବ୍ୟବସାୟ, ବାଣିଜ୍ୟରେ ପ୍ରତିବନ୍ଧକ ଦୂରେଇବା ପାଇଁ ପ୍ରଯନତ୍ କରିବେ। ନିଜ ପରିବାରର ସଦସ୍ୟମାନଙ୍କ ଠାରୁ କିମ୍ବା ସହକର୍ମୀଙ୍କ ତରଫରୁ ସମସ୍ୟା ଆସିପାରେ। ଘରୋଇ ବ୍ୟାପାରରେ ପଡୋଶୀଙ୍କ ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେବ।
✧═════•❁❀❁•═════
ଧନୁ
କୌଣସି ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ।ଅଫିସରେ ସହକର୍ମୀ ମାନଙ୍କ ସହ ମିଷ୍ଟାଳାପରେ ମାତିରହିବେ ଓ ସମୟ ଅବଶ୍ୟ ଖୁସିରେ କଟିଯିବ। ପିଲାମାନଙ୍କ ଶିକ୍ଷା ଓ ଅନ୍ୟାନ୍ୟ କୃତିତ୍ୱର ସଫଳତାରେ ଆନନ୍ଦ ଅନୁଭବ କରିବେ। ବାଟରେ ଯିବା ସମୟରେ ଯାନ୍ତ୍ରିକ ତ୍ରୁଟି ଅସୁବିଧାରେ ପକାଇପାରେ।
✧═════•❁❀❁•═════
ମକର
ଆଜି ଅସାବଧାନତା ହେତୁ ଦ୍ରବ୍ୟ ଓ ଧନ ହାନି ଘଟିପାରେ।ପ୍ରିୟ ବନ୍ଧୁଟିର ସାନ୍ନିଧ୍ୟ ଲାଭ କରି ଏକପ୍ରକାର ଅହେତୁକ ଆନନ୍ଦ ଅନୁଭବ କରିବେ। କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀମାନେ କାମହାସଲ ସକାଶେ ଆପଣଙ୍କ ସହଯୋଗ ଲୋଡ଼ିପାରନ୍ତି। ବାଣିଜ୍ୟ, ବ୍ୟବସାୟ, ସଭାସମିତି ପ୍ରଭୃତିରୁ ସୁଫଳ ପାଇବେ ।
✧═════•❁❀❁•═════
କୁମ୍ଭ
ଆଜି ଧନହାନି, ପରିବହନରେ ତର୍କ ବିତର୍କ ଓ ସାଧାରଣ କଥାକୁ କେନ୍ଦ୍ରକରି ବିତର୍କର ସୂତ୍ରପାତ ଘଟିପାରେ। ସାହିତ୍ୟ, ସାମ୍ବାଦିକତା,ଚଳଚ୍ଚିତ୍ର ଓ ରାଜନୀତି କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ।ନିଜଲୋକ ମାନଙ୍କ ପରୋକ୍ଷ ବିରୁଦ୍ଧାଚରଣ ମନକୁ ବେଶି ବାଧିବ।
✧═════•❁❀❁•═════
ମୀନ
ଆଜି ମନ ଅସ୍ଥିର ରହିବ। କର୍ମକ୍ଷେତ୍ରରେ ଆପଣ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବନି। ପରିସ୍ଥିତି ବଶତଃ ଧାର, କରଜ କରି ଆବଶ୍ୟକତାକୁ ଚଳାଇ ନେବାକୁ ବାଧ୍ୟ ହେବେ। ଅନ୍ୟମନସ୍କ ହେତୁ କୌଣସି ଭୁଲ୍ କାମ କରିବେ।










