ଯାଜପୁର: ପବିତ୍ର କାର୍ତ୍ତିକ ମାସ ଅବସରରେ ସୁଦୂର କଳାହାଣ୍ଡି କେସିଙ୍ଗାରୁ ଓ ଯାଜପୁର ଆସିଥିବା ମହିଳା ଓ ପୁରୁଷ ଜଗନ୍ନାଥ ପ୍ରେମୀ ମାନେ ପୁରୀ ଆସି ପଞ୍ଚୁକ ପାଳିଛନ୍ତି | ୧00ରୁ ଅଧିକ ଶ୍ରଦ୍ଧାଳୁ ପୁରୀର ଗୁରୁ ଇଷ୍ଟେଟ ବିହାର ଅତିଥି ଭବନରେ ଶ୍ରୀମଦ ଭାଗବତ ସପ୍ତାହ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି | ପ୍ରତ୍ୟେକ ଦିନ ପ୍ରାତଃ ସମୟରେ ରାଧା କୃଷ୍ଣ ଙ୍କ ଯୁଗଳ ବେଶରେ ସଜ୍ଜିତ ହୋଇ ଖୋଳ କର୍ତ୍ତାଳ ଘଣ୍ଟ ଘଣ୍ଟା ଶଙ୍ଖ ହୁଳହୁଳିରେ ରାଧା କୃଷ୍ଣ ଙ୍କ ରାହାସ ହରିନାମ ସଂକୀର୍ତ୍ତନ କରି ଶ୍ରୀମନ୍ଦିର ପରିକ୍ରମା କରିଥିଲେ | ସନ୍ଧ୍ୟାରେ ଉକ୍ତ ଅତିଥି ଭବନ ହଲରେ ଭଜନ କୀର୍ତ୍ତନ କରି ନିଜକୁ ଭାବ ଭକ୍ତିରେ ହଜାଇ ଦେଇଛନ୍ତି ଶ୍ରଦ୍ଧାଳୁ | ପଶ୍ଚିମ ଓଡ଼ିଶାର ଏହି ଅଧିବାସୀ ମାନେ ଦୀର୍ଘ ୨୪ ବର୍ଷ ହେବ ପୁରୀ ଆସି ଏଭଳି ମହାପ୍ରଭୁଙ୍କ ଦର୍ଶନ କରିବା ସହ ଭଜନ କୀର୍ତ୍ତନ କରି ଭାବ ବିହ୍ଵଳ ହୋଇଛନ୍ତି | କେସିଙ୍ଗା ରେ ରହୁଥିବା ଭଦ୍ରକ ଅଞ୍ଚଳର କାଜଲ କୁମାର ଜେନା ଓ ତାଙ୍କ ପତ୍ନୀ କଣ୍ଢେଇ ଜେନା ଏହି କାର୍ଯ୍ୟକ୍ରମ ର ସମସ୍ତ ସୁପରିଚାଳନା କରିଛନ୍ତି | ସେମାନଙ୍କର ଏହି ଭାବ ପୂର୍ଣ୍ଣ ରାହାସ କୀର୍ତ୍ତନ ପାଇଁ ପୁରୀ ମନ୍ଦିରର ବୋହୁ ସେବାୟତ ସେମାନଙ୍କର ପ୍ରଶଂସା କରିବା ସହ ମହାପ୍ରଭୁଙ୍କ ଅଙ୍ଗଲାଗି ବସ୍ତ୍ର ପ୍ରଦାନ କରିଛନ୍ତି | ବୋହୁ ଗଣମାଧ୍ୟମ ପ୍ରତିନିଧି ଏମାନଙ୍କ ଭଜନ କୀର୍ତ୍ତନକୁ ଖବର କାଗଜରେ ସ୍ଥାନ ଦେଇଛନ୍ତି | ଯାଜପୁର ରୋଡର ଆଧ୍ୟାତ୍ମିକ ବାଦ ବିଶିଷ୍ଟ ସାମ୍ବାଦିକ ପ୍ରବିତ୍ର ରଞ୍ଜନ ମହାନ୍ତି ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇ ପରିଚାଳନା କରୁଛନ୍ତି l










