ଭୁବନେଶ୍ୱର: ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ । ଫ୍ଲାଇଁ ସ୍କ୍ୱାଡ ଟିମ , ୪ ଆଣ୍ଡ ଭିଡ଼ିଓ ସର୍ଭେଲାନ୍ସ ଟିମ ପକ୍ଷରୁ ନବୀନଙ୍କ ବିମାନ ଓ ହେଲିକପ୍ଟରକୁ ଯାଞ୍ଚ କରାଯାଇଛି । ନୂଆପଡାରେ ଉପନିର୍ବାଚନରେ ଚାଲିଥିବାରୁ ଏଭଳି ଯାଞ୍ଚ କରାଯାଇଥିବା ନୂଆପଡା ଜିଲ୍ଲାପାଳଙ୍କ ପକ୍ଷରୁ ସୋସିଆଲ ମିଡିଆ ଏକ୍ସରେ ଦିଆଯାଇଛି । ଆଦର୍ଶ ଆଚରଣ ବିଧି ଅନୁଯାୟୀ ବିମାନ ଓ ହେଲିକପ୍ଟର ଯାଞ୍ଚ କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ।










