29.1 C
Bhubaneswar
Sunday, April 26, 2026
Homeଦେଶ ବିଦେଶଆନ୍ଧ୍ରରେ ୩.୭ ତୀବ୍ରତାର ଭୂମିକମ୍ପ ଅନୁଭୂତ

ଆନ୍ଧ୍ରରେ ୩.୭ ତୀବ୍ରତାର ଭୂମିକମ୍ପ ଅନୁଭୂତ

ଆନ୍ଧ୍ରପ୍ରଦେଶ: ମଙ୍ଗଲବାର ସକାଳେ ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ୩.୭ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଏହି ଭୂମିକମ୍ପ ପଡୋଶୀ ବିଶାଖାପାଟଣା ଜିଲ୍ଲାରେ ମଧ୍ୟ ଅନୁଭୂତ ହୋଇଥିଲା। ଅଧିକାରୀମାନେ କହିଛନ୍ତି ଯେ ଭୂମିକମ୍ପର ତୀବ୍ରତା କମ୍ ଥିବାରୁ କୌଣସି ମୃତାହତ କିମ୍ବା ସମ୍ପତ୍ତିହାନୀ ରିପୋର୍ଟ ହୋଇନାହିଁ। ଆନ୍ଧ୍ର ପ୍ରଦେଶ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏପିଏସଡିଏମଏ) ଅନୁଯାୟୀ, ଭୂମିକମ୍ପ ୪:୧୯ରେ ଅନୁଭୂତ ହୋଇଥିଲା ଏବଂ ଏହାର କେନ୍ଦ୍ରସ୍ଥଳ ଭୂମିରୁ ୧୦ କିଲୋମିଟର ତଳେ ଥିଲା।

ଅନ୍ୟପକ୍ଷରେ, କର୍ଣ୍ଣାଟକ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ମନିଟରିଂ ସେଣ୍ଟର (କେଏସଏନଡିଏମସି) ଅନୁଯାୟୀ, ମଙ୍ଗଳବାର ସକାଳେ କର୍ଣ୍ଣାଟକର ବିଜୟପୁରା ଜିଲ୍ଲାରେ ୨.୯ ତୀବ୍ରତାର ଏକ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂମିକମ୍ପ ସକାଳ ୭:୪୯ରେ ଅନୁଭୂତ ହୋଇଥିଲା ଏବଂ ଏହାର କେନ୍ଦ୍ରସ୍ଥଳ ବିଜୟପୁରା ତାଲୁକାର ଭୂତନାଳ ତାଣ୍ଡାରୁ ପ୍ରାୟ ୩.୬ କିଲୋମିଟର ଉତ୍ତର-ପଶ୍ଚିମରେ ଅବସ୍ଥିତ ଥିଲା। ଅଧିକାରୀମାନେ କହିଛନ୍ତି ଯେ ଭୂମିକମ୍ପ ଘଟଣା ସାମାନ୍ୟ ଥିଲା ଏବଂ ଏଥିରେ କୌଣସି କ୍ଷତି ହୋଇନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking