26.1 C
Bhubaneswar
Sunday, May 3, 2026
Homeଓଡିଶାଏୟାରଷ୍ଟ୍ରିପରେ ନବୀନଙ୍କୁ ଭବ୍ୟ ସ୍ୱାଗତ

ଏୟାରଷ୍ଟ୍ରିପରେ ନବୀନଙ୍କୁ ଭବ୍ୟ ସ୍ୱାଗତ

ନୂଆପଡ଼ା: ସୋମବାର ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନୂଆପଡ଼ା ସ୍ଥିତ ଗୋଟମା ଏୟାରଷ୍ଟ୍ରିପରେ ପହଞ୍ଚିବା ପରେ ଦଳର ବରିଷ୍ଠ ନେତାମାନେ ତାଙ୍କୁ ଭବ୍ୟ ସମ୍ୱର୍ଦ୍ଧନା ଜ୍ଞାପନ କରିଥିଲେ । ସୂଚନା ଅନୁସାରେ ଶ୍ରୀଯୁକ୍ତ ପଟ୍ଟନାୟକ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରୁ ବାହାରି ଗୋଟମା ଏୟାରଷ୍ଟ୍ରିପରେ ପହଞ୍ଚିବା ପରେ ସେଠାରେ ଉପସ୍ଥିତ ଥିବା ବିଜେଡିର ବରିଷ୍ଠ ନେତା ସଞ୍ଜୟ କୁମାର ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଜେନା, ଅରୁଣ କୁମାର ସାହୁ, ଦିବ୍ୟ ଶଙ୍କର ମିଶ୍ର, ସାରଦା ନାୟକ, ମନୋହର ରନ୍ଧାରୀ, ଝିନ୍ନ ହିକକା, ଦେବୀ ରଞ୍ଜନ ତ୍ରିପାଠୀ, ଦିପାଲି ଦାସ, ବର୍ଷା ସିଂ ବରିହା, କ୍ଷମାନିଧି ନିଆଲ ପ୍ରମୁଖ ତାଙ୍କୁ ସ୍ୱାଗତ ଜଣାଇଥିଲେ । ନବୀନଙ୍କ ବିମାନ ପହଞ୍ଚିବା ସହିତ ଉପସ୍ଥିତ ନେତା, କର୍ମୀ ନବୀନ ପଟ୍ଟନାୟକ ସ୍ୱାଗତମ୍ ନାରା ଦେଇ ସ୍ୱାଗତ ଜଣାଇଥିଲେ । ଏହି ଅବସରରେ ସେଠାରେ ଥିବା ସାଧାରଣ ଜନତା ମଧ୍ୟ ନବୀନଙ୍କ ଝଲକ ପାଇ ବେଶ୍ ଉତ୍ସାହିତ ଥିବା ଦେଖା ଯାଇଥିଲା । ଶ୍ରୀଯୁକ୍ତ ପଟ୍ଟନାୟକ ମଧ୍ୟ ହାତ ହଲାଇ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking