20.1 C
Bhubaneswar
Saturday, December 6, 2025
Homeଓଡିଶାଛଟେଇ ଶ୍ରମିକ ନିଯୁକ୍ତି ଦାବିରେ ଖଣିରେ ଆନ୍ଦୋଳନ

ଛଟେଇ ଶ୍ରମିକ ନିଯୁକ୍ତି ଦାବିରେ ଖଣିରେ ଆନ୍ଦୋଳନ

ଯାଜପୁର: ଯାଜପୁର ଜିଲ୍ଲାର ସୁକିନ୍ଦା ରିଜିଅନ କ୍ରୋମାଇଟ୍‌ ଖାଦାନ ମଜଦୁର ସଂଘ ପକ୍ଷରୁ ଛଟେଇ ଖଣି ଶ୍ରମିକଙ୍କୁ ପୁନଃ ନିଯୁକ୍ତି ଦାବିରେ 3ଦିନ ଧରି ଓଡ଼ିଶା ଖଣି ନିଗମ(ଓଏମ୍‌ସି) କ୍ରୋମଜୋନ ଦକ୍ଷିଣ କାଳିଆପାଣି କ୍ରୋମାଇଟ୍‌ ଖଣି ମୁଖ୍ୟ ଫାଟକ ସମ୍ମୁଖରେ ଗଣଧାରଣା ଓ ଆନ୍ଦୋଳନ ଜାରିରହିଛି। ଏହି ଖଣିର ଡି’କ୍ବାରିରେ ଗତ ଫେବ୍ରୁଆରି ମାସରୁ ଛଟେଇ ହୋଇଥିବା ୨୫୬ ଜଣ ଠିକା ଶ୍ରମିକଙ୍କୁ ଉକ୍ତ ଖଣିରେ ପୁନଃ ନିଯୁକ୍ତି ଦାବିରେ ଆନ୍ଦୋଳନକାରୀ ଅଡ଼ି ବସିଛନ୍ତି। ଛଟେଇ ଶ୍ରମିକମାନେ ୯ ମାସ ଧରି କର୍ମନିଯୁକ୍ତି ଓ ରୋଜଗାର ବିନା ଆର୍ଥିକ ଦୁର୍ଗତିର ସମ୍ମୁଖୀନ ହୋଇଥିବା ଦର୍ଶାଇ ଖଣି ଖନନ, ଖଣିଜ ଉତ୍ତୋଳନ ଓ ପରିଚାଳନା କାର୍ଯ୍ୟରେ ନିୟୋଜିତ ନୂଆ କମ୍ପାନି କେସିସିରେ ତୁରନ୍ତ ନିଯୁକ୍ତି ଦାବି କରିଥିଲେ। ଶ୍ରମିକସଂଘ ସାଧାରଣ ସମ୍ପାଦକ ଭରତ ଚନ୍ଦ୍ର ମହାନ୍ତ, ଉପସଭାପତି ନିମଳେନ୍ଦୁ ବେହୁରା, ଡି’କ୍ବାରି ଶାଖା ସଭାପତି ବିଜୟ କୁମାର ପରିଡ଼ା ଓ ସମ୍ପାଦକ ଦଶରଥ ମହାନ୍ତଙ୍କ ନେତୃତ୍ବରେ ଶତାଧିକ ଛଟେଇ ଶ୍ରମିକ ଓ ସମାନ ସଂଖ୍ୟକ ସହଯୋଗୀ ଫାଟକ ସମ୍ମୁଖରେ ବସି ରହିଥିଲେ।ଧାରଣା ଜାରି ରହିଛି l ଓଏମ୍‌ସି ଆଞ୍ଚଳିକ ପ୍ରବନ୍ଧକ ଇଂ ଅବନୀକାନ୍ତ ପ୍ରଧାନ, କାର୍ମିକ ଉପମହାପ୍ରବନ୍ଧକ ଦେବାଶିଷ ସାମଲ, ବରିଷ୍ଠ ଖଣି ପ୍ରବନ୍ଧକ ଇଂ ସୁଶାନ୍ତ କୁମାର ନାଏକ ପ୍ରମୁଖ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଦ୍ବିପାକ୍ଷିକ ଆଲୋଚନା କରିଥିଲେ ହେଁ ଆନ୍ଦୋଳନକାରୀଙ୍କ ନିଜ ପୂର୍ବ ପ୍ରସ୍ତାବ ଓ ଜିଦ୍‌ରେ ଅଟଳ ରହିଥିଲେ। ଶ୍ରମ ବିବାଦୀୟ ଆଇନ ୧୯୪୭ ଓ ମୁଖ୍ୟ ଶ୍ରମ ଆ‌ୟୋଗଙ୍କ ସର୍ତ୍ତାବଳୀ ଆଧାରରେ ଛଟେଇ ଶ୍ରମିକଙ୍କ ପୁନଃ ନିଯୁକ୍ତି ଦୋହରାଇଥିଲେ। ଦ୍ବିପାକ୍ଷିକ ଆଲୋଚନା ଫଳପ୍ରଦ ହୋଇନଥିବା ଆଧାରରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ଜାରିରହିବ ବୋଲି ଶ୍ରମିକସଂଘ ପକ୍ଷରୁ କୁହାଯାଇଛି। ଏ ସଂପର୍କରେ ଆଞ୍ଚଳିକ ପ୍ରବନ୍ଧକ ଶ୍ରୀ ପ୍ରଧାନଙ୍କୁ ପଚାରିବାରେ ଆଲୋଚନା ଜାରିରହିଥିବା ଖୁବଶୀଘ୍ର ସମାଧାନ ବାଟ ବାହାରିବ ବୋଲି କହିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking