21.1 C
Bhubaneswar
Friday, February 6, 2026
Homeଦେଶ ବିଦେଶରଙ୍ଗାରେଡ୍ଡି ଦୁର୍ଘଟଣା: ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା

ରଙ୍ଗାରେଡ୍ଡି ଦୁର୍ଘଟଣା: ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା

ହାଇଦ୍ରାବାଦ: ତେଲେଙ୍ଗାନା ମନ୍ତ୍ରୀ ପୋନ୍ନମ ପ୍ରଭାକର କହିଛନ୍ତି ଯେ ରଙ୍ଗାରେଡ୍ଡି ସଡ଼କ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ପରିବାରକୁ ସରକାରଙ୍କ ପକ୍ଷରୁ ୫ ଲକ୍ଷ ଟଙ୍କା ଏବଂ ଆରଟିସି ପକ୍ଷରୁ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦିଆଯିବ। ରଙ୍ଗାରେଡ୍ଡି ଜିଲ୍ଲାର ମିର୍ଜାଗୁଡ଼ା ନିକଟରେ ଘଟିଥିବା ସଡ଼କ ଦୁର୍ଘଟଣାରେ ଅତି କମରେ ୨୦ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୮ ଜଣ ଆହତ ହୋଇଛନ୍ତି। ପୋଷ୍ଟମର୍ଟମ ସମାପ୍ତ ହେବା ପରେ ମୃତଦେହଗୁଡ଼ିକୁ ସମ୍ପୃକ୍ତ ପରିବାର ସଦସ୍ୟଙ୍କୁ ଫେରସ୍ତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଏହି ଦୁର୍ଘଟଣାରେ ମୃତକଙ୍କ ପରିବାର ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ସମବେଦନା ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ନିକଟତମ ପରିବାରକୁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠି (PMNRF)ରୁ ୨ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଏକ ସରକାରୀ ବିଜ୍ଞପ୍ତି ଅନୁଯାୟୀ ଆହତମାନଙ୍କୁ ୫୦,୦୦୦ ଟଙ୍କା ପ୍ରଦାନ କରାଯିବ।

ସୂଚନାଯୋଗ୍ୟ, ଆଜି ସକାଳେ ତେଲେଙ୍ଗାନା ରାଜ୍ୟର ରଙ୍ଗାରେଡ୍ଡି ଜିଲ୍ଲାରେ ଏକ ବସ୍ ଏବଂ ଏକ ଡମ୍ପର ଟ୍ରକ୍ ଧକ୍କାରେ ୨୦ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ଅନେକ ଆହତ ହୋଇଥିଲେ। ପୋଲିସ ଅନୁଯାୟୀ, ଏକ ପଥର ବୋଝେଇ ଡମ୍ପର ଟ୍ରକ୍ ଏକ ବସ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ବସଟିରେ ଅଧିକାଂଶ ପିଲା ଏବଂ ଅଫିସ ଯାଉଥିବା ଲୋକ ଥିବାବେଳେ ଯେଉଁମାନଙ୍କ ମଧ୍ୟରୁ ଅନେକଙ୍କର ମୃତ୍ୟୁ ହୋଇଛି। ଆହତ ସମସ୍ତେ ହସ୍ପିଟାଲରେ ଚିକତ୍ସାଧୀନ ଅଛନ୍ତି । ଅଧିକାରୀମାନେ କହିଛନ୍ତି ଯେ ଚେଭେଲା ନିକଟରେ ଡମ୍ପରଟି ତେଲେଙ୍ଗାନା ସଡ଼କ ପରିବହନ ନିଗମ (TGRTC) ଗାଡ଼ି ସହିତ ଧକ୍କା ହୋଇଥିଲା, ଯାହା ଫଳରେ ବସ୍ ଉପରେ ପଥର ପଡ଼ିଥିଲା। ଘଟଣା ସମ୍ପର୍କରେ ପୋଲିସ କହିଛି ଯେ ରଙ୍ଗାରେଡ୍ଡି ଜିଲ୍ଲାର ଚେଭେଲା ଥାନା ଅନ୍ତର୍ଗତ ଖାନପୁର ଗେଟ୍ ନିକଟରେ ଏକ TGSRTC ବସ୍ ଏବଂ ଏକ ଟ୍ରକ୍ ମଧ୍ୟରେ ସଡ଼କ ଦୁର୍ଘଟଣା ଘଟିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking