ପୁରୀ: ଆଜି ହେଉଛି ପଞ୍ଚକର ଦ୍ୱିତୀୟ ଦିନ ତେବେ ଦ୍ୱାଦଶୀ ତିଥି କ୍ଷୟ ହୋଇଥିବାରୁ ମହାପ୍ରଭୁଙ୍କର ବାଙ୍ଗଚୁଡା ବେଶ ଅନୁଷ୍ଠିତ ହେବ ନାହିଁ । ଆଜି ତ୍ରୟୋଦଶୀ ପଡୁଥିବାରୁ ମହାପ୍ରଭୁଙ୍କର ତ୍ରିବିକ୍ରମ ବେଶ ବା ଆଡକିଆ ବେଶ ଅନୁଷ୍ଠିତ ହେବ । ସେହିପରି ମଙ୍ଗଳବାର ଚତୁର୍ଦ୍ଦଶୀରେ ଲକ୍ଷ୍ମୀ ନୃସିଂହ ବେଶ ବା ଡାଳିକିଆ ବେଶ ଓ ବୁଧବାର ପୂର୍ଣ୍ଣିମାରେ ରାଜରାଜେଶ୍ୱରବେଶ ବା ସୁନାବେଶ ଅନୁଷ୍ଠିତ ହେବ । ଏନେଇ ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି ।










