21.1 C
Bhubaneswar
Thursday, February 5, 2026
Homeଓଡିଶା୭ ହଜାର ଗଞ୍ଜେଇ ଗଛ ନଷ୍ଟ କଲା ଅବକାରୀ ବିଭାଗ ଓ ପୁଲିସ

୭ ହଜାର ଗଞ୍ଜେଇ ଗଛ ନଷ୍ଟ କଲା ଅବକାରୀ ବିଭାଗ ଓ ପୁଲିସ

ସମ୍ବଲପୁର: ପୁଣି ବେଆଇନ ଗଞ୍ଜେଇ ଚାଷ ଉପରେ ମିଳିତ ଚଢ଼ାଉ । ସାଢେ ୫ ଏକର ଜମିରୁ ୭ ହଜାର ଗଞ୍ଜେଇ ଗଛ ନଷ୍ଟ କଲା ଅବକାରୀ ବିଭାଗ । ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଘୋଷରାମାଳ ପଞ୍ଚାୟତର ବିଭିନ୍ନ ଗ୍ରାମ ସଂଲଗ୍ନ ଜଙ୍ଗଲରେ ଚଳିତ ବର୍ଷ ବ୍ୟାପକ ପରିମାଣର ବେଆଇନ ଗଞ୍ଜେଇ ଚାଷ ହୋଇଛି ।ପୂର୍ବରୁ ଚଢାଉ ହୋଇଥିବା ବେଳେ ଆଜି ପୁଣି ଥରେ ପ୍ରଶାସନ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଛି । ରେଢ଼ାଖୋଲ ଥାନା ଅନ୍ତର୍ଗତ ଘୋଷରାମାଳ ପଞ୍ଚାୟତର ଲାଣ୍ଡିମାଳ, କ୍ଷେତ୍ରପୁର ଏବଂ ହରିପୁର ଗ୍ରାମ ସଂଲଗ୍ନ ଜଙ୍ଗଲ ଭିତରେ ହୋଇଥିବା ବେଆଇନ ଗଞ୍ଜେଇ ଚାଷ ଉପରେ ଚଢ଼ାଉ କରାଯାଇ ଥିଲା । ଆଜିର ଏହି ଚଢ଼ାଉରେ ସାଢେ ୫ ଏକର ପରିମିତ ଜମିରୁ ସମୁଦାୟ ୬୮୦୦ ଟି ଗଞ୍ଜେଇ ଗଛ ନଷ୍ଟ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking