କୃଷ୍ଣପ୍ରସାଦ: ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା । ୧ ଘଣ୍ଟା ହେଲା ମଝି ଚିଲିକାରେ ଫସିଛନ୍ତି ୧୦ବାଇକ ସମେତ ୩୦ରୁ ଅଧିକ ଯାତ୍ରୀ । ସକାଳ ୭ଟାରୁ ଡଙ୍ଗାଟି ସାତପଡା ଜହ୍ନିକୁଦା ଯାତ୍ରା ଆରମ୍ଭ କରିଥିଲା । ମହିଁଷାକୁଦା ନିକଟରେ ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା । ମେସିନ ସ୍ଲାବ ଫାଟି ଯିବାରୁ ଅଟକି ରହିଛି ଡଙ୍ଗା , ମରାମତି କରୁଛନ୍ତି ଡଙ୍ଗା ଚାଳକ ।










