24.1 C
Bhubaneswar
Friday, February 6, 2026
Homeଓଡିଶାଯୁବକକୁ ଗିରଫ ଦାବିରେ ଶତାଧିକ ମହିଳା ଓ ପୁରୁଷଙ୍କ ଦ୍ଵାରା ଦୀର୍ଘ ୬ଘଣ୍ଟା ଧରି ଥାନା...

ଯୁବକକୁ ଗିରଫ ଦାବିରେ ଶତାଧିକ ମହିଳା ଓ ପୁରୁଷଙ୍କ ଦ୍ଵାରା ଦୀର୍ଘ ୬ଘଣ୍ଟା ଧରି ଥାନା ଘେରାଉ

ଯାଜପୁର: ଯାଜପୁର ଜିଲ୍ଲାରେ ପୋଲିସର ରାଜ ଚାଲିଛି l ଶାସକ ଦଳ ନେତା କର୍ମୀ ଇଂଗିତରେ ପୋଲିସ କାର୍ଯ୍ୟ କରୁଛି l ଫଳରେ ସାଧାରଣ ଲୋକ ନାୟ ପାଇବାରୁ ବଞ୍ଚିତ ହେଉଛନ୍ତି l ସମଗ୍ର ଜିଲ୍ଲାରେ ଆଇନ ଶୁଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି l ଏବେ ଏକ ଘଟଣାକୁ ନେଇ ଦଳିତ ସଙ୍ଗଠନ ପକ୍ଷରୁ ଜେନା ପୁର ଥାନା ସମ୍ମୁଖରେ ଧାରଣା ଦେଇ ପୋଲିସ ବିରୁଦ୍ଧରେ ନାରା ବାଜି ଦେଉ ଦେଉ ଥିବାର ଦେଖିବାକୁ ମିଳିଛି l ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଥାନାରେ ଆଜି ଜଣେ ଦଳିତ ଯୁବକକୁ ଗିରଫ କରିବା ଦାବିରେ ଥାନାରେ ଶତାଧିକ ମହିଳା ଓ ପୁରୁଷ ଏବଂ ସ୍ଥାନୀୟ ଲୋକଙ୍କ ଘେରାଉ ଦେଖିବାକୁ ମିଳିଛି। ସୂଚନାରୁ ପ୍ରକାଶ ଏହି ଥାନା ଅନ୍ତର୍ଗତ ଏଣ୍ଡଳବା ପଞ୍ଚାୟତ ଏଣ୍ଡଳବା ବେହେରା ସାହିର ପ୍ରହଲ୍ଲାଦ ବେହେରା ଏବଂ ପାଖ ମାଳହାଟ ଗ୍ରାମର ସମରେନ୍ଦ୍ର ପଣ୍ଡାଙ୍କ ମଧ୍ୟରେ ଗଣ୍ଡଗୋଳ ବଚସା ସୃଷ୍ଟି ହୋଇଥିଲା।

ଉଭୟଙ୍କ ପକ୍ଷରୁ ଜେନାପୁର ଥାନାରେ ଦୁଇଟି ମାମଲା ଦିଆଯାଇଥିଵା ବେଳେ।ଉଭୟଙ୍କୁ ଥାନାକୁ ଡାକି ପକ୍ଷ ପାତ କରି ସମରେନ୍ଦ୍ରଙ୍କୁ ଛାଡିଦେଇଥିବା ପହଲ୍ଲାଦ ଙ୍କ ପରିବାର ଅଭିଯୋଗ କରିଥିଲେ। ଏକ ତରଫା ପ୍ରହ୍ଲାଦ ବେହେରା କୁ ଥାନାରେ ଅଟକ ରଖି କୋର୍ଟ ଚାଲାଣ କରିବା ଜାଣି ଆଜି ଏଣ୍ଡଳବା, ମାଳହାଟ ଗ୍ରାମର ଶତାଧିକ ଦଳିତ ଲୋକ ସଠିକ ନ୍ୟାୟ ଦାବୀ କରି ଜେନାପୁର ଥାନା ଘେରାଉ କରିଥିବା ବେଳେ ପ୍ରବଳ ହୋ ହାଲା ଥାନା ସମ୍ମୁଖୀନରେ କରିଥିଲେ, ଖବର ପାଇ ଘଟଣା ସ୍ଥଳେ ଯାଜପୁର ରୋଡ଼ ଏସ ଡି ପି ଓ ଲଷ୍ମୀଧର ସ୍ୱାଇଁ ପହଂଚି ଆନ୍ଦୋଳନ କାରିକୁ ବୁଝାସୁଝା କରି ପ୍ରତିଶ୍ରୁତି ଦେବା ପରେ ଧାରଣା ଉଠିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking