ଘରର ସିଡି ଭିତରକୁ ପଶିବାର ଡାହାଣପଟେ ରହିଲେ ଏହା ଘରର ଶାନ୍ତି ସୁଖ ଦେଇଥାଏ । ଭବିଷ୍ୟତରେ କାମରେ ଆସିବ ଭାବି କୌଣସି ଅଳିଆ ଆବର୍ଜନାକୁ ଘରେ ଠୁଳ କରି ରଖନ୍ତୁ ନାହିଁ । ରୋଷେଇ ଘରେ ଝାଡୁ ରଖନ୍ତୁ ନାହିଁ ।ଝାଡୁକୁ ସମସ୍ତଙ୍କ ଦୃଷ୍ଟି ପଡୁ ନ ଥିବା ସ୍ଥାନରେ ରଖନ୍ତୁ । ଅବସ୍ଥା ତ ସମସ୍ତେ ପଚାରିଥାଆନ୍ତି,କିନ୍ତୁ ବ୍ଯବସ୍ଥା କେବଳ ମାଆ ବାପା ହିଁ କରିଥାଆନ୍ତି । ଗରିବ ହେଉ ବା ଧନୀ — ଅପମାନର ଯନ୍ତ୍ରଣା ଟା ସମସ୍ତଙ୍କୁ ସମାନ ହିଁ ଲାଗିଥାଏ — କାହାକୁ କେବେ କଷ୍ଟ ଦିଅନ୍ତୁ ନାହିଁ କି କାହାକୁ କେବେ ଅପମାନିତ କରନ୍ତୁ ନାହିଁ । ଜୀବନରେ ଦୁଃଖ କଷ୍ଟ ଆସିବା Part of Life ଅଟେ… ଆଉ ସେଥିରୁ ହସିକି ବାହାରି ଆସିବା Art of Life ଅଟେ… ସବୁବେଳେ ଶୂନ ଭଳି ହେବାକୁ ଚେଷ୍ଟା କରନ୍ତୁ, କାହିଁକିନା ଶୂନ ର ତ କୌଣସି ମୂଲ୍ୟ ନଥାଏ କିନ୍ତୁ ସେ ଯାହା ସହିତ ମିଶିଯାଏ ତାହାର ମୂଲ୍ୟ ନିଶ୍ଚିତ ବଢ଼ାଇ ଦେଇଥାଏ !!” ନଇଁଯିବା ନମ୍ରତାର ପରିଚୟ ଦେଇଥାଏ, କିନ୍ତୁ ଭୁଲ ନଥାଇ ବିନା ଆବଶ୍ୟକରେ ବାରମ୍ବାର ନଇଁବାରେ ନିଜର ଆତ୍ମ ସମ୍ମାନ ମଧ୍ଯ ହାନି ହୋଇଥାଏ !!” “ବେଳେବେଳେ ଏମିତି କିଛି କଥା ମନକୁ ଆସେ ଯେ ଯାହା ବିତିଯାଇଛି ତାକୁ ଭାବିବା ବୃଥା, କିନ୍ତୁ ପ୍ରକୃତ କଥା ଏହା ଯେ ବିତିଯାଇଥିବା କଥା ହିଁ ମଣିଷକୁ ସଠିକ୍ ନିଷ୍ପତ୍ତି ନେବାରେ ସହାୟକ ହୋଇଥାଏ !!”
“ଅନ୍ୟର ସ୍ବରକୁ କମ୍ କରିବା ପାଇଁ ନିଜ ସ୍ବର ଉଚ୍ଚ କରି ନିଜର ଶକ୍ତି ନଷ୍ଟ କରିବା ବଦଳରେ ନିଜ ସ୍ଥାନ ଉଚ୍ଚ କରିବା ଉଚିତ୍ କାହିଁକିନା ଯାହାକୁ ଦେଖି ଅନ୍ୟ ମାନଙ୍କର ସ୍ବର ଆପେ ଆପେ ଶାନ୍ତି ହୋଇଯିବ !!” -ପଦାର୍ଥର ଛୋଟ ପରମାଣୁ ମଧ୍ଯରେ ଲୁଚି ରହିଥିବା ଅସାଧାରଣ ଶକ୍ତି ଭଳି ପ୍ରତିଭାବାନ ବ୍ୟକ୍ତି ଯେଉଁଠି ଯେତେବେଳେ ଯେଉଁ ଲକ୍ଷ୍ୟ ପଥରେ ଆଗେଇ ଚାଲେ, ପରମାଣୁ ବୋମା ଭଳି ପ୍ରଚଣ୍ଡ ବିସ୍ଫୋରଣ ସଦୃଶ ଲୋକଙ୍କର ଅନ୍ତରାଳକୁ ଜାଗ୍ରତ କରି ନିଜ ନିଜ ଲକ୍ଷ୍ୟ ପଥରେ ଚାଲିବା ପାଇଁ ବାଧ୍ୟ କରିଦିଏ -ସଂସାର ଓ ସମାଜରେ କେହି ଅନୁପଯୋଗୀ କି ନିରର୍ଥକ ନୁହେଁ, କେବଳ ତା’ର ଉପଯୋଗିତାକୁ ସମାଜ- ସଂସାର ଚିହ୍ନିପାରୁ ନାହିଁ । ପ୍ରତ୍ୟେକ ବ୍ୟକ୍ତି ପ୍ରତିଭାବାନ, ପ୍ରତିଭାର ଆୟାମ ଅବଶ୍ୟ ଅଲଗା ହୋଇପାରେ । ବ୍ୟାସ ଉପଦେଶ ଦେଇଥିଲେ- “ମନୁର୍ଭବ” ମନୁଷ୍ୟ ହୁଅ । ଯଦି ଏହି ଛୋଟ ସତ୍ୟକୁ ପ୍ରତ୍ୟେକ ବ୍ୟକ୍ତି ସ୍ମରଣ ରଖିବେ ତାହେଲେ ନିଜର ଓ ସମାଜର ପ୍ରାୟ ସବୁ ସମସ୍ୟାର ସରଳତା ପୂର୍ବକ ସମାଧାନ ହୋଇଯିବ ।
ଅଦ୍ୟ ନଭେମ୍ବର ମାସ ୦୨ ତାରିଖ ୨୦୨୫ ମସିହା (ରବିବାର)
ଶକାବ୍ଦ -୧୯୪୭
ସମ୍ବତ -୨୦୮୨
ଦିଲ୍ଲୀସ୍ୱରାଦ୍ଧ-୧୪୩୩
ସମ୍ବତ୍ସର-ସିଦ୍ଧାର୍ଥ
କାର୍ତ୍ତିକମାସ- ଶୁକ୍ଳ
ତିଥି-ଏକାଦଶୀ ଦିବା ଘ୦୭/୨୫ ଗତେ ଦ୍ୱାଦଶୀ
ନକ୍ଷତ୍ର-ପୂର୍ବଭାଦ୍ର ସନ୍ଧ୍ୟା ଘ୦୫/୪୧ ଗତେ ଉତ୍ତରଭାଦ୍ର
ଚନ୍ଦ୍ର- କୁମ୍ଭ ଦିବା ଘ୧୧/୫୭ ଗତେ ମୀନ
ଯୋଗ- ବ୍ୟାଘାତ
କରଣ – ବିଷ୍ଟି
ସୌରମାସ- ତୁଳା ୧୭ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୫୩/୧୬
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୯/୫୦
*✧═════•❁❀
ଯୋଗିନୀ ଅଗ୍ନିକୋଣେ ଦିବା ଘ୦୭/୨୫ ଗତେ ନୈରୁତକୋଣେ
ଧନୁ ରାଶିର ଘତଚନ୍ଦ୍ର
ମେଷ ରାଶିର ଘାତବାର
ଦ୍ୱାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳା ଓ ବାରବେଳା- ଦିବା ଘ୧୦/୧୦ ଗତେ ଘ୦୧/୦୩ ମଧ୍ୟେ
*══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୪୧ଗତେ ଘ ୦୯/୦୫ ମଧ୍ୟେ ଓ ଘ୦୧/୦୪ ଗତେ ଘ୦୩/୩୦ମଧ୍ୟେ ଓ ରାତ୍ରି ଘ୦୭/୨୫ ଗତେ ଘ୦୯/୧୨ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୪/୧୬ ଗତେ ଘ୦୫/୦୫ମଧ୍ୟେ
═✧══•❁❀❁•═*════✧
ଅଦ୍ୟ ପୋଈ ଭକ୍ଷଣ ନିଷେଧ
✧═════•❁❀❁•═════
ଆଜିର ରାଶିଫଳ
ମେଷ:
ଆଜି ଦିନଟି ଆପଣଙ୍କ ସ୍ବାସ୍ଥ୍ୟ ଭଲରହିବ। ପୂଜାର୍ଚନା ପାଇଁ ଅନୁକୁଳ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ।
✧═════•❁❀❁•═════
ବୃଷ:
ଆଜି ନିଜେ ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ ଚିନ୍ତା ଉତ୍ପନ୍ନ ହେବ। ନେତାଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ।
═════•❁❀❁•═════
ମିଥୁନ:
ଆଜି ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।କିଛି ନୂଆ ଅନୁଭବ କରିେବ। ପଇସା ଯେମିତି ଆସିବ; ସେମିତି ଖର୍ଚ୍ଚ ହୋଇଯିବ। ଅଫିସ୍ରେ ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ।
✧═════•❁❀❁•═════
କର୍କଟ
ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ। ବିଦେଶରେ ଚାକିରି ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିଙ୍କୁ ଶୁଭ ସ˚କେତ ମିଳିପାରେ। ହୋଟେଲ ଓ ଖୁଦ୍ର ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ।
✧═════•❁❀❁•═════
ସି˚ହ
ଆଜି ଶୁଭଗ୍ରହ ଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ସଫଳତାର ଶିଖର ଆଡ଼କୁ ଅଗ୍ରସର ହେବେ। ଆୟ ବୃଦ୍ଧି ହେବ। ବନ୍ଧୁବାନ୍ଧବଙ୍କ ସହିତ ଖୁସି ବାଣ୍ଟିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ସ୍ବାସ୍ଥ୍ୟ ପ୍ରତି ଟିକେ ଧୢାନ ଦିଅନ୍ତୁ।
═════•❁❀❁•═════
କନ୍ୟା
ଆଜି ନିଜର ମିଷ୍ଟ ବ୍ୟବହାରରେ ସବୁ କାମ କରିନେବେ। ପ୍ରବନ୍ଧକର୍ତ୍ତା ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ଦେବେ। ନୂଆ ନୂଆ ଲୋକଙ୍କ ସହିତ ଯୋଗାଯୋଗ ହେବ। କଳାକାରଙ୍କୁ କାର୍ଯ୍ୟକ୍ରମର ଅନୁବନ୍ଧ ମିଳିବ।
✧═════•❁❀❁•═════
ତୁଳା
ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଆପଣଙ୍କୁ କେହି ବନ୍ଧୁତାର ହାତ ବଢ଼ାଇବେ। ବିଦ୍ୟୁତ୍ ଓ ବଡ ବ୍ୟବସାୟୀମାନେ ନୂଆ ଡିଲ୍ କରିପାରନ୍ତି। ବାହନ କିଣିବା ଲାଗି ମନ ବଳିବ।
═════•❁❀❁•═════
ବିଛା
ଆଜି କୌଣସି କାର୍ଯ୍ୟକୁ ନୂଆ କରି ମୂଳରୁ ଆରମ୍ଭ କରିବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ। ଆଇନକାନୁନ ମାମଲାର ସହଜରେ ସମାଧାନ ହୋଇଯିବ। ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍ ଆନନ୍ଦ ମିଳିବ।
═════•❁❀❁•═════
ଧନୁ
ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। କୌଣସି କାମରୁ ଯଥେଷ୍ଟ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବା ଲାଗି ବଜାରକୁ ଯିବେ। ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ହସଖୁସିରେ ସମୟ କଟିବ।
═════•❁❀❁•═════
ମକର
ପରିବାରରେ ଏକତା ଓ ପ୍ରେମ ବଢ଼ିବ। ସ୍ଥଗିତ ଥିବା କାମ ପୂରା କରିବାରେ ସହଯୋଗୀଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ବନ୍ଧୁଙ୍କ ସହିତ ସମ୍ବନ୍ଧରେ ସୁଧାର ଆସିବ
═════•❁❀❁•═════
କୁମ୍ଭ
ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ, ଆପଣଙ୍କୁ ସଫଳତା ମିଳିବ। ବିଦେଶରେ ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷ ଆଜି ବଡ଼ ଡିଲ୍ କରିବେ। ପଇସାକୁ ନେଇ କାହାରି ସହିତ ବିବାଦ ହୋଇପାରେ। ଦାମ୍ପତ୍ୟ ଜିବନରେ ପ୍ରିତି ବଜାୟ ରହିବ।
═════•❁❀❁•═════
ମୀନ
ଆଧୢାତ୍ମିକ ଭାବନାରେ ସମୟ ବିତିବ। ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜନ କରିବାକୁ ପ୍ରୟାସ କରିବେ। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। ଚାକିରି ସମ୍ବନ୍ଧୀୟ ଖୁସି ଖବର ମିଳିବ।










