ଗଜପତି: ଆଜିଠାରୁ ଖୋଲିଲା ପ୍ରସିଦ୍ଧ ମହେନ୍ଦ୍ରଗିରି । ସ୍ୱାଭାବିକ ହେବ ପର୍ଯ୍ୟଟକମାନଙ୍କ ଗମନାଗମନା ବାତ୍ୟା ମୋନ୍ତାର ପ୍ରଭାବରେ ପାହାଡ ଧସିବା ଆଶଙ୍କା କରି ଏହାକୁ ବନ୍ଦ ରଖାଯାଇଥିଲା । ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗତ ୨୫ ତାରିଖଠୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିଲା ପ୍ରଶାସନ । ବାତ୍ୟା ମୋନ୍ଥାର ପ୍ରଭାବ ସରିବା ପରେ ପୁଣିଥରେ ମହେନ୍ଦ୍ରଗିରି ପର୍ଯ୍ୟଟକଙ୍କ ପାଇଁ ଖୋଲିବାକୁ ଅନୁମତି ଦେଇଛି ପ୍ରଶାସନ । ଏହା ସହିତ ଜିଲ୍ଲାର ସମସ୍ତ ଜଳପ୍ରପାତକୁ ମଧ୍ୟ ଲଗାଯାଇଥିବା କଟକଣା ମହେନ୍ଦ୍ରଗିରି ହଟାଯାଇଛି । ଏନେଇ ଗଜପତି ଆରକ୍ଷୀ ଅଧିକ୍ଷକ, ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଓ ରାୟଗଡା ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ଚିଠି ମାଧ୍ୟମରେ ଜଣାଇଛନ୍ତି ।










