21.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶବିଷ ବଳୟରେ ରାଜଧାନୀ ଦିଲ୍ଲୀ

ବିଷ ବଳୟରେ ରାଜଧାନୀ ଦିଲ୍ଲୀ

ନୂଆଦିଲ୍ଲୀ: ବିଷ ବଳୟରେ ରାଜଧାନୀ ଦିଲ୍ଲୀ । ରାଜଧାନୀ ଦିଲ୍ଲୀରେ ଗମ୍ଭୀର ହେଉଛି ବାୟୁର ପ୍ରଦୂଷଣ ।  ଲଗାତାର ଭାବରେ ୪ ଷ୍ଟେଜରେ  ବର୍ତ୍ତମାନ ଏକ୍ୟୁଆଇ ରହିଛି । ନର୍ଥ ଦିଲ୍ଲୀ ଅଞ୍ଚଳ ସବୁଠୁ ବିଷାକ୍ତ ହୋଇଛି । ୱାଜିରପୁରରେ ସର୍ବାଧିକ ୩୨୩  ଏକ୍ୟୁଆଇ ରେକର୍ଡ ହୋଇଛି ।  ଆନନ୍ଦ ବିହାର ପଞ୍ଜାବିବାଗ    ଏବଂ ଅଶୋକ ବିହାର ଆରକେ ପୁରମ ଆଦି ଅଞ୍ଚଳ  ହଟସ୍ପଟ ପାଲଟିଛି ।  ବିଭିନ୍ନ ସ୍ଥାନରେ ପ୍ରଦୂଷଣ ଜନିତ  ଗମ୍ଭୀର ସ୍ୱାସ୍ଥ୍ୟ  ସଙ୍କଟ ମଧ୍ୟ ଦେଖିବାକୁ ମିଳୁଛି । ଲୋକମାନେ ଜ୍ୱର କାଶ ଗଳା ଯନ୍ତ୍ରଣା , ଥକ୍କାପଣ, ଶରୀର ଯନ୍ତ୍ରଣା ଏବଂ ଶ୍ୱାସକ୍ରିୟା ଜନିତ ଅସୁବିଧା  ଅନୁଭବ କରିଛନ୍ତି ।  ଦିଲ୍ଲୀ ଏନସିଆରରେ ୭୫ ପ୍ରତିଶତ ପରିବାର ପ୍ରଦୂଷଣ ସମ୍ବନ୍ଧୀୟ  ସମସ୍ୟା ଯେପରିକି ଶ୍ୱାସକ୍ରିୟା ଅସୁବିଧା ନାକ ବନ୍ଦ ଆଖି ଜଳାପୋଡା ଏବଂ ମୁଣ୍ଡ ଯନ୍ତ୍ରଣା ଭୋଗୁଛନ୍ତି । ବର୍ତ୍ତମାନ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ  ଘର ଭିତର ବାୟୁ ଗୁଣ ବତ୍ତା  କରିବା ଏବଂ ମାସ୍କ ପିନ୍ଧିବା  ଉପରେ ଗୁରୁତ୍ୱ ଦେଉଛନ୍ତି ।  ସେପଟେ ଆଜିଠୁ  ଦିଲ୍ଲୀକୁ ପ୍ରଦୂଷଣକାରୀ ବାହାର ଗାଡିକୁ  ମନା କରାଯାଇଛି ।  ଅନ୍ୟ ରାଜ୍ୟରେ ପଞ୍ଜୀକୃତ ଭିଏସ ୬ ତଳକୁ ଭିଏସ ୪ ଭିଏସ ୩  ଇଞ୍ଜିନ ଯୁକ୍ତ ସମସ୍ତ ମାଲବାହୀ ଗାଡି  ପ୍ରବେଶକୁ ଦିଲ୍ଲୀରେ  ସମ୍ପୁର୍ଣ୍ଣ ରୂପେ ବନ୍ଦ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking