ଭୁବନେଶ୍ୱର: ପ୍ରଦୀପ ଜେନାଙ୍କ ବିରୋଧରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି । ଭୁବନେଶ୍ୱର କ୍ଲବ ସଭାପତି ଭାବରେ ନିର୍ବାଚିତ ପରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି । ସୁବ୍ରତ କୁମାର ତ୍ରିପାଠୀ ନାମକ ପକ୍ଷରୁ ଏହି ଜନସ୍ୱାର୍ଥ ମାମଲା ଦାୟର ହୋଇଛି । ଓଇଆରସି ଅଧ୍ୟକ୍ଷ ଥାଇ କିପରି ସଭାପତି ପଦ ଗ୍ରହଣ କଲେ ସେନେଇ ଚ୍ୟାଲେଞ୍ଜ ହୋଇଛି । ରାଜ୍ୟ ବିଦ୍ୟୁତ ସଂସ୍କାର ଆଇନ ଏବଂ ବିଦ୍ୟୁତ ଆଇନର ଉଲ୍ଲଙ୍ଘନ ଦର୍ଶାଇ ଜନସ୍ୱାର୍ଥ ମାମଲା ଦାୟର ହୋଇଛି ଏନେଇ ପ୍ରଦୀପ ଜେନାଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।










