ଭୁବନେଶ୍ୱର: ବିଜେଡି ନେତା ପ୍ରୀତିରଞ୍ଜନ ଘଡେ଼ଇଙ୍କ ଘରେ ଚଢ଼ଉ କରାଯାଇଛି । ନୂଆପଡ଼ା ଖରିଆର ରୋଡ଼ରେ ପ୍ରୀତିରଞ୍ଜନ ଘଡେ଼ଇ ରହୁଥିବା ଘରେ ପୁଲିସ ଚଢ଼ଉ କରିଛି । ପ୍ରୀତିରଞ୍ଜନ ନୂଆପଡ଼ା ଉପନିର୍ବାଚନ ପରିପ୍ରେକ୍ଷୀରେ ପ୍ରଚାର ଦାୟିତ୍ୱରେ ଅଛନ୍ତି । ତେବେ ଏହାକୁ ବିରୋଧ କରି ବିଜେଡି ନେତା ଓ କର୍ମୀ ହାଲ୍ଲାବୋଲ କରିଛନ୍ତି । ଚଢ଼ଉ କରିବାକୁ ଆସିଥିବା ପୁଲିସ ଓ ଅଧିକାରୀଙ୍କୁ ସେମାନେ ବିରୋଧ କରିଥିଲେ ।ପୁଲିସ ପ୍ରଶାସନର ଗାଡ଼ିକୁ ମଧ୍ୟ ଅଟକାଇଥିଲେ । କୁହାଯାଉଛି ଯେ ଆଜି ଚଢ଼ରେ ୪୦ରୁ ଅଧିକ ପୁଲିସ କର୍ମଚାରୀ ସାମିଲ ଥିଲେ । ତେବେ ଚଢ଼ଉ ବେଳେ ଶ୍ରୀ ଘଡେ଼ଇ ଉକ୍ତ ଘରେ ନଥିଲେ । ପୁଲିସ ଏଭଳି ଚଢାଉ କରିବା ନେଇ କର୍ମୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ବିଜେପି ଜାଣିଶୁଣି ଏପରି କରୁଥିବା ବିଜେଡି କର୍ମୀ ଅଭିଯୋଗ କରିଛନ୍ତି ।ନୂଆପଡାରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଜିତାଇବା ପାଇଁ ପ୍ରଚାରକୁ ଜୋରଦାର କରାଯାଉଥିବା ବେଳେ ଜଣେ ନେତାଙ୍କ ଘରେ ଏଭଳି ଚଢାଉ କରାଯିବା ପରେ ପ୍ରଶ୍ନ ଉଠାଇଛି ବିଜେଡି । ଉପନିର୍ବାଚନ ସମୟରେ କୌଣସି ଏକ ଖବର ପାଇ ପୁଲିସ ଓ ଜିଲାପାଳ ଚଢାଉ କରିବାକୁ ଯାଇଥିବା ବେଳେ ଘରେ ପ୍ରୀତିରଞ୍ଜନ ନଥିବାରୁ ଫେରିଆସିଥିଲେ ।










