ଭୁବନେଶ୍ୱର: ଏମଏସଏମଇ ଉଦ୍ୟୋଗୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । କ୍ଷୁଦ୍ର , ଲଘୁ ଓ ମଧ୍ୟମ ଉଦ୍ୟୋଗ ପାଇଁ ଆଉ କିସମ ପରିବର୍ତ୍ତନ କରିବାକୁ ପଡିବନି । ଏନେଇ ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଉଦ୍ୟୋଗୀଙ୍କୁ କିସମ ପରିବର୍ତ୍ତନ ଫି ଓ ଭଡା ଛାଡ ପାଇଁ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ କିସମ ପରିବର୍ତ୍ତନ ପାଇଁ ଜମି ବେଞ୍ଚ ମାର୍କର ୧% ଦେବାକୁ ପଡୁଥିଲା । ଏଥିସହ ୧% ଭଡା ମଧ୍ୟ ଦେବାକୁ ପଡୁଥିଲା । ତେବେ ଏହି ୨ଟି ଯାକ ଛାଡ । କେନ୍ଦ୍ରର ପୋର୍ଟାଲରେ ଥିବା ସହ ଜିଲ୍ଲା କମିଟି ଅନୁମୋଦିତ ହୋଇଥିଲେ ସୁବିଧା ମିଳିବ । ସଂରକ୍ଷିତ ଅଞ୍ଚଳ, ପ୍ରତିରକ୍ଷା ଓ ପ୍ରତ୍ନତାତ୍ତତ୍ତ୍ୱିକ ଜମି ପାଇଁ ଏହି ସୁବିଧା ଲାଗୁ ହେବନି । ଉଦ୍ୟୋଗୀମାନେ ଉଦ୍ଦେଶ୍ୟରେ ବିଦ୍ୟୁତ ହେଲେ ଜମି ଫେରସ୍ତ କରାଯିବ ।










