21.1 C
Bhubaneswar
Friday, February 6, 2026
Homeଓଡିଶାସାମାଜିକ ବାସନ୍ଦର କରୁଣ ଚିତ୍ର : ମୃତ୍ୟୁର ୮ ଘଣ୍ଟା ପରେ ତିନି ଯୁବତୀଙ୍କ କାନ୍ଧରେ...

ସାମାଜିକ ବାସନ୍ଦର କରୁଣ ଚିତ୍ର : ମୃତ୍ୟୁର ୮ ଘଣ୍ଟା ପରେ ତିନି ଯୁବତୀଙ୍କ କାନ୍ଧରେ ବୁହା ହୋଇଗଲା ଶବ

କଳାହାଣ୍ଡି: ଆଧୁନିକ ଯୁଗ ଓ ଆଧୁନିକ ଶିକ୍ଷା ସତ୍ୱେ ଆଜି ବି ଲୋକଙ୍କ ମନରେ ବସା ବାନ୍ଧିରହିଛି କୁସଂସ୍କାର। ଅଳନ୍ଧୁ ପରି ଜାବୁଡି ଧରିଛି ସାମାଜିକ କଟକଣା। ଏହି ଭେଦଭାବ, କଟକଣା ଏତେ ମଜବୁତ ଯେ ଆଜିର ଶିକ୍ଷା, ସଂସ୍କାର ବି ସେସବୁ ଆଗରେ ମଜବୁର ହୋଇଯାଉଛି। ଜୀବନ ଥିବା ମଣିଷ ତ ଏହି ସାମାଜିକ ଭେଦଭାବ, କଟକଣା ଓ ବାସନ୍ଦର ଶିକାର ହୋଇ ଯାହା ଯନ୍ତ୍ରଣା ଭୋଗୁଛି। କିନ୍ତୁ ଦୁଃଖ ଓ ପରିତାପର ବିଷୟ ମଣିଷର ମୃତ୍ୟୁ ପରେ ଶବ ବି ଏଥିରୁ ବାଦ ପଡୁନାହିଁ। ଏପରି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ରେ। ଶିଳ୍ପର ସହର ଲାଞ୍ଜିଗଡ଼ରେ ମୃତ୍ୟୁର ଦୀର୍ଘ ୮ ଘଣ୍ଟା ପର୍ଯ୍ୟନ୍ତ ଶବକୁ କାନ୍ଧ ଦେବାକୁ କେହି ନବାହାରିବା ଘଟଣା ସାମାଜିକ ବାସନ୍ଦର ଭୟାବହ ଚିତ୍ରକୁ ଦର୍ଶାଉଛି। ଏପରିକି ଜାତିଭାଇ ସମସ୍ତେ ମୁହଁ ଫେରାଇ ନେବା ପରେ ତିନିଜଣ ସମ୍ପର୍କୀୟ ଯୁବତୀ ଆଗେଇ ଆସି ଶବକୁ କାନ୍ଧ ଦେଇଛନ୍ତି। ଯେଉଁଠି ମହିଳାଙ୍କୁ ମଶାଣୀକୁ ଯିବା ମନା ହୋଇଥାଏ, ସେଇଠି ଏହି ତିନି ଭଉଣୀ ସୃଷ୍ଟି କରିଛନ୍ତି ଉଦାହରଣ।

ଶବକୁ ଉପଯୁକ୍ତ ସମ୍ମାନ ଦେଇ ନିଜକୁ ସଭ୍ୟ, ଶିକ୍ଷିତ ବୋଲାଉଥିବା ସେହି ସମାଜର ବଡବଡ଼ିଆମାନଙ୍କ ମୁହଁରେ ସତେ ଯେମିତି ଚାପୁଡ଼ା ମାଡ଼ ଦେଇଛନ୍ତି। ଖବର ଅନୁଯାୟୀ, ବୁଧବାର ସକାଳ ପ୍ରାୟ ୮ଟା ସମୟରେ ଲାଞ୍ଜିଗଡ଼ ପ୍ରଧାନୀପଡ଼ା ଜଣେ ଯୁବକ ମହେନ୍ଦ୍ର ଦଳେଇଙ୍କ ମୃତ୍ୟୁ ଘଟିଥିଲା। କିଛି ବର୍ଷ ପୂର୍ବରୁ ତାଙ୍କ ବାପା ମାଆଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା। ସେତେବେଳେ ମଧ୍ୟ ଶବ ସଂସ୍କାର ପାଇଁ ସମସ୍ୟା ଦେଖାଦେଇଥିଲା। କିନ୍ତୁ ସବୁଠାରୁ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା ମହେନ୍ଦ୍ରଙ୍କ ମୃତ୍ୟୁ ପରେ। ସକାଳ ୮ଟାରେ ମୃତ୍ୟୁ ପରେ ତାଙ୍କ ବଡ଼ବାପା ଓ ଅନ୍ୟମାନେ ଶବ ସଂସ୍କାର ପାଇଁ ଜାତିଭାଇଙ୍କୁ ନେହୁରା ହୋଇଥିଲେ। କିନ୍ତୁ ସାମାଜିକ କଟକଣା ଭୟରେ କେହି ବାହାରିନଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking