23.1 C
Bhubaneswar
Monday, February 23, 2026
Homeଓଡିଶାବସ ଦୁର୍ଘଟଣା: ୨ ମୃତ, ୯ ଗୁରୁତର

ବସ ଦୁର୍ଘଟଣା: ୨ ମୃତ, ୯ ଗୁରୁତର

ଜଳେଶ୍ଵର: ଜଳେଶ୍ଵର ଥାନା ଅଧୀନସ୍ଥ ୧୬ ନମ୍ବର ଜାତୀୟ ରାଜପଥର ଜଳେଶ୍ଵର ନୂଆ କୋର୍ଟ ସମ୍ମୁଖରେ ବିଳମ୍ୱିତ ରାତିରେ ଏକ ଯାତ୍ରୀବାହୀ  ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି ।ମୀର ଅବଦୁଲ ରହିମ୍  ଓ ନୃସିଂହ କାଠୁଆ ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି   ।

ସୂଚନା ଅନୁସାରେ ଗତକାଲି ସନ୍ଧ୍ୟା ୫ ଟାରେ ସମୟରେ ଡ଼ଲଫିନ ନାମକ ଏକ ବସ୍ ଢେଙ୍କାନାଳଜିଲ୍ଲା ନୃସିଂହପୁରରୁ କୋଲକାତା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ।  ରାତି ପାଖାପାଖି ୩ ଟା ସମୟରେ ବସ୍ ଟି ଜାତୀୟ ରାଜପଥରର ଲକ୍ଷ୍ମଣନାଥ ରୋଡ଼ ସ୍ଥିତ ଜଳେଶ୍ଵର ନୂଆ କୋର୍ଟ ସମ୍ମୁଖରେ ଯାଉଥିବା ବେଳେ ସେହି ସମୟରେ ରାସ୍ତା ଉପରେ ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଛିଡ଼ା ହୋଇଥିବା ଏକ କୁଣ୍ଡା ବୋଝେଇ ଟ୍ରକ କୁ ପଛ ପଟୁ ଧକ୍କା ଦେଇଥିଲା । ଫଳରେ ବସ୍ ର ଚାଳକ କଟକ ଜିଲ୍ଲା ସାଲେପୁର ଅଞ୍ଚଳର ମୀର ଅବଦୁଲ ରହିମ୍ ଓ ହେଲପର ମାହାଙ୍ଗାର ନୃସିଂହ କାଠୁଆ (୪୦)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ବସ୍ ରେ ୪୦ ରୁ ଊର୍ଦ୍ଧ୍ବ ଯାତ୍ରୀ ଥିଲେ ବୋଲି କୁହାଯାଇଛି ।

ସେହିପରି ଆହତଙ୍କୁ ଗୁରୁତର ଅବସ୍ଥାରେ ଅଗ୍ନିଶମ ବାହିନୀ ଓ ଏନଏଚ ଆମ୍ବୁଲାନ୍ସ ର କର୍ମଚାରୀମାନେ ଉଦ୍ଧାର କରି ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲକୁ ଆଣିଥିଲେ  ।  ତେବେ ସେମାନଙ୍କ ମଧ୍ୟରୁ 2ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ବର ଫକୀରମୋହନ ମେଡିକାଲ କଲେଜକୁ ଉଭୟଙ୍କୁ ସ୍ଥାନାନ୍ତରିତ କରାଯାଇଛି  ।  ଦୁର୍ଘଟଣାରେ ବସ୍ ର ସମ୍ମୁଖ ଭାଗ ସମ୍ପୁର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ମୃତକ ଓ ଗୁରୁତରମାନେ ବସ୍ ର ସମ୍ମୁଖ ଭାଗରେ ଥିଲେ ବୋଲି କୁହାଯାଇଛି  ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking