29.1 C
Bhubaneswar
Monday, May 4, 2026
Homeଓଡିଶାଖୋଲିଲା ବାଘଲଟି ଡ୍ୟାମର ୩ଟି ଗେଟ୍

ଖୋଲିଲା ବାଘଲଟି ଡ୍ୟାମର ୩ଟି ଗେଟ୍

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଚିକିଟି ବାହୁଦା ନଦୀରେ ଫୁଲୁଛି ଜଳସ୍ତର । ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବାଘଲଟି ଡ୍ୟାମର ତିନୋଟି ଗେଟ ଖୋଲିଛି । ଜଳଭଣ୍ଡାରରୁ ସକାଳ ୯ ଘଣ୍ଟା ବେଳେ ଉପରମୁଣ୍ଡରୁ ୨୦୦ କ୍ୟୁସେକ ପାଣି ଆସୁଥିବା ବେଳେ ୩ଟି ଗେଟ ଖୋଲି ବର୍ଷା ଜଳ ୧୫୦ କ୍ୟୁସେକ ଜଳ ବାହୁଦା ନଦୀକୁ ଛଡା ଯାଇଥିବା ସୂଚନା ମିଳିଛି ।  ମୋନ୍ଥା ବାତ୍ୟାରେ ଗୋପାଳପୁର ଓ ଆଖପାଖ ଅଞ୍ଚଳରେ ଝିପି ଝିପି ବର୍ଷ ହେବାଥିବା ବେଳେ ଆଉ କିଛି ସ୍ଥାନରେ ଲଗାତାର ବର୍ଷା ହୋଉ ନାହିଁ । ସୋମବାର ସକାଳ ୮ଟା ରୁ ମଙ୍ଗଳବାର ୮ଟା ପର୍ଯନ୍ତ ୩୫.୯ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ରଙ୍ଗେଇଲୁଣ୍ଡା ବ୍ଲକର ୭ ଟି ପଂଚାୟତର ୧୦୩ ଜଣକୁ ସ୍ଥାନାନ୍ତର କରାଯାଇଛି ବୋଲି ରଙ୍ଗେଈଲୁଣ୍ଡା ବିଡିଓ ବିଶ୍ୱଜିତ ରାୟ ସୂଚନା ଦେଇଛନ୍ତି । ଶୁଖିଲା ଖାଦ୍ୟ ମଜବୁତ ରଖାଯାଇଛି ଆବଶ୍ୟକ ପଡ଼ିଥିଲେ ସ୍ଥାନାନ୍ତରିତ କରାଯିବ  ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking