ଭୁବନେଶ୍ୱର: ସମ୍ଭାବ୍ୟ ସ୍ଥିତିକୁ ଦେଖି ଜଳଭଣ୍ଡାର ଉପରେ ନଜର ରଖାଯାଇଛି। ଏନେଇ ସୂଚନା ଦେଲେ ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ। ସୂଚନା ଦେଇ କହିଛନ୍ତି ଯେ ଆବଶ୍ୟକ ସ୍ଥଳେ ଜଳଭଣ୍ଡାରରୁ ଜଳ ନିଷ୍କାସନ ହେବ। ଗଜପତିର ହରଭଂଗି ଓ ରାୟଗଡ଼ାର ବଡ଼ନଳାର ଜଳଧାରଣ ୯୦%କୁ ଖସାଯାଇଛି। ପ୍ରଭାବିତ ଆଶଙ୍କା ଜିଲ୍ଲାରେ ସରକାରୀ ଅଧିକାରୀଙ୍କ ଛୁଟି ୩୦ ପର୍ଯ୍ୟନ୍ତ ବାତିଲ କରାଯାଇଛି।










