26.1 C
Bhubaneswar
Friday, March 27, 2026
Homeଓଡିଶାବସ୍ – ବାଇକ୍ ମୁହାଁମୁହିଁ: ଜଣେ ମୃତ

ବସ୍ – ବାଇକ୍ ମୁହାଁମୁହିଁ: ଜଣେ ମୃତ

ଭଦ୍ରକ: ଭଦ୍ରକରୁ ଏକ ମର୍ମନ୍ତୁଦ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି। ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଆରୁହା ଛକ ନିକଟରେ ଆଜି ପୂର୍ବାହ୍ନରେ ଏକ ବସ୍‌ ସହ ବାଇକ୍‌ର ମୁହାଁମୁହିଁ ଧକ୍କା ହୋଇଛିଏହି ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି l ମୃତ ଯୁବକଙ୍କ ନାଁ ପ୍ରଭାତ ବୈଦ୍ୟ (୪୨) ଏବଂ ତାଙ୍କ ଘର ଚାନ୍ଦବାଲି ଥାନା ଅଧୀନ ଚଡ଼ଦିଆ ଗ୍ରାମରେ ବୋଲି ଚିହ୍ନଟ କରାଯାଇଛି l ବାଇକ୍‌ ଚାଳକ ପ୍ରଭାତ ଭଦ୍ରକରୁ ଘରକୁ ଫେରୁଥିବାବେଳେ ଚାନ୍ଦବାଲିରୁ ଭଦ୍ରକ ଅଭିମୁଖେ ଯାଉଥିବା ଖୁସି ନାମକ ଏକ ବସ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ପ୍ରଭାତଙ୍କର ମୃତ୍ୟୁ ଘଟିଥିଲା। ତେବେ ଲୋକେ ଉତ୍ତ୍ୟକ୍ତ ହୋଇ ବସ୍‌ ଚାଳକଙ୍କୁ ଆକ୍ରମଣ କରିଥିବା ଜଣାଯାଇଛି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking