29.1 C
Bhubaneswar
Friday, February 6, 2026
Homeଦେଶ ବିଦେଶଆରଜେଡି ଛାଡି ବିଜେପିରେ ଯୋଗଦେଲେ ପ୍ରତିମା କୁଶୱାହା

ଆରଜେଡି ଛାଡି ବିଜେପିରେ ଯୋଗଦେଲେ ପ୍ରତିମା କୁଶୱାହା

ବିହାର: ଶୀର୍ଷରେ ପହଞ୍ଚିଛି ବିହାରରେ ନିର୍ବାଚନ ପ୍ରଚାର। ରାଜନୈତିକ ଦଳଗୁଡ଼ିକ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ସମସ୍ତ ପ୍ରୟାସ କରୁଛନ୍ତି। ନିର୍ବାଚନ ପ୍ରଚାର ମଧ୍ୟରେ ଆସିଛି ବଡ ଖବର। ନିର୍ବାଚନ ପ୍ରଚାର ମଧ୍ୟରେ ଆରଜେଡି ନେତ୍ରୀ ପ୍ରତିମା କୁଶୱାହା ଆଜି ଆରଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି। ରାଜ୍ୟ ବିଜେପି ସଭାପତି ଦିଲୀପ ଜୟସୱାଲ ତାଙ୍କୁ ଦଳରେ ସ୍ୱାଗତ କରିଛନ୍ତି। ବିଜେପିରେ ଯୋଗ ଦେବା ପରେ ପ୍ରତିମା କୁଶୱାହା କହିଛନ୍ତି, “ବିହାରରେ ବିକାଶର ଚକ ଦ୍ରୁତ ଗତିରେ ଆଗକୁ ବଢ଼ିବା ପାଇଁ ମୁଁ ଛତି ମେଇୟାଙ୍କଠାରେ ପ୍ରାଥନା କରୁଛି ଯେ ଏକ ଏନଡିଏ ମେଣ୍ଟ ସରକାର ଗଠନ ହେଉ। ଲାଲୁ ପ୍ରସାଦ ଯାଦବଙ୍କ ଦଳ ଆଉ ପୂର୍ବ ପରି ନାହିଁ। କିଛି ବାହାର ଲୋକ ଦଳରେ ଯୋଗ ଦେଇଛନ୍ତି, ଯାହା ଫଳରେ ପରିବାର ଏବଂ ଦଳ ଉଭୟ ଭାଙ୍ଗି ଯାଇଛି। ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ବୃଦ୍ଧି କରିବା ନେଇ ତେଜସ୍ୱୀଙ୍କ ଦାବିକୁ ମଧ୍ୟ ସେ ପ୍ରତ୍ୟାଖ୍ୟାନ କରି କହିଛନ୍ତି, “ସେ କେବଳ ତାଙ୍କ ପରିବାରକୁ ସଂରକ୍ଷଣ ଦେଇଛନ୍ତି। ପ୍ରକୃତ ସଂରକ୍ଷଣ ଏନଡିଏ ସରକାର ମହିଳା ଏବଂ ପଛୁଆ ବର୍ଗଙ୍କ ପାଇଁ ପ୍ରଦାନ କରିଛନ୍ତି।”

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking