ମୁନିଗଡା: ରାୟଗଡା ଜିଲ୍ଲାର ମୁନିଗୁଡାରୁ ଏକ ମର୍ମନ୍ତୁଦ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ୨ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛନ୍ତି । ଫଳରେ ଏହି ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀଙ୍କ ଦୁଃଖଦ ମୃତ୍ୟୁ ଘଟିଛି । ମୁନିଗୁଡା – ବିଷମକଟକ ରାସ୍ତା ବୁରୁଜୁଗୁଡା ନିକଟରେ ଦୁର୍ଘଟଣା ଘଟିଛି । ମୃତକ ୨ ଜଣ ସ୍ଥାନୀୟ ଅଞ୍ଚଳର ଯୁବକ ହୋଇଥିବା ନେଇ ସୂଚନା ମିଳିଛି । ଘଟଣଆ ପରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।










