ଗଞ୍ଜାମ: ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା । ଗିରଫ ବିକ୍ରମ ପଣ୍ଡାଙ୍କ ପାଇଁ କୋର୍ଟରେ ଲଢିବେ ୪୪ ଓକିଲ । ଏନେଇ କୋର୍ଟରେ ୱକାଲାତନାମା ଦାଖଲ କଲେ ୪୪ ଓକିଲ । ବିକ୍ରମଙ୍କ ସହ ମଳୟ ବିଷୋୟୀ ଓ ମଦନ ଦଳେଇଙ୍କ ପାଇଁ ବି ଲଢିବେ । ଆଜି କୋର୍ଟରେ ଜାମିନ ପାଇଁ ଆବେଦନ କରାଯିବ । ବିକ୍ରମପଣ୍ଡାଙ୍କ ସମେତ ୧୩ ଜଣଙ୍କୁ ଗୁରଫ କରିଛି ପୋଲିସ । ସୂଚନାଥାଉକି, ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲରେ ବ୍ରହ୍ମପୁର ଏସପି ବଡ ଖୁଲାସା କରିଥିଲେ । କହିଥିଲେ ସାର୍ପ ସୁଟର ୧୦ ଲକ୍ଷ ଟଙ୍କା ଅଗ୍ରୀମ ନେଇଥିଲା । ଚିଣ୍ଟୁ ପ୍ରଧାନ ଗାଡି ଚଳାଇଥିଲେ । କୁରୁପତି ଭୂୟାଁ ଗୁଳି ଚଳାଇଥିଲେ । ନୂଆ ସାର୍ଟପ୍ୟାଣ୍ଟ ପିନ୍ଧି ହତ୍ୟା କରିଥିଲେ ହତ୍ୟାକାରୀ । ପୂର୍ବରୁ ୩ ଥର ମାରିବାକୁ ହୋଇଥିଲା ଉଦ୍ୟମ । ସମସ୍ତ ବ୍ୟକ୍ତି ବିକ୍ରମ ପଣ୍ଡାଙ୍କ ସହେଯାଗୀ ବୋଲି କୁହାଯାଉଛି । ବାର କାଉନସିଲ ନିର୍ବାଚନରୁ ବନ୍ଧୁ ହୋଇଥିଲା ବଇରୀ । ବିକ୍ରମ ପଣ୍ଡା ଓ ପିଣ୍ଟୁ ଦାସ ସବୁ ଷଡଯନ୍ତ୍ର କରାଇଥିଲେ ।









