ନୂଆଦିଲ୍ଲୀ: ବସ ନିଆଁରେ ପୋଡି ୨୦ ଜୀବନ୍ତ ଦଗ୍ଧ ଘଟଣାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବସରେ ୪୨ ଡଣ ଯାତ୍ରୀ ଥିଲେ । ଆହତମାନଙ୍କୁ ମେଡିକାଲରେ ଚିକିତ୍ସା କରାଯାଉଛି । ଅନ୍ୟପଟେ ଏହି ଘଟଣାରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଦୁଃଖ ପ୍ରକାଶ କରି ଏକ୍ସରେ ଟ୍ୱିଟ କରି କହିଛନ୍ତି, ଏହି ଘଟଣା ଜାଣିବା ପରେ ମୁଁ ମର୍ମାହତ । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତ ଏବଂ ମୃତକଙ୍କ ପରିବାରକୁ ସମସ୍ତ ପ୍ରକାର ସହାୟତା କରାଯିବ । ଅନ୍ୟପଟେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଶୋକ ପ୍ରକାଶ କରି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ କାମନା କରିଛନ୍ତି ।










