ସମ୍ବଲପୁର: ଝାଡ଼ୁଦାର ଚାକିରି ନାଁରେ ମହାଘୋଟାଲା ଘଟଣା । ଟଙ୍କା ଫେରି ପାଇବାକୁ ଏସ୍ପି ଅଫିସରେ ଶତାଧିକ ଲୋକଙ୍କ ଭିଡ ଜମିଛି । ଠକାମୀର ଶିକାର ହୋଇଥିବା ମହିଳା ଓ ପୁରୁଷ ଏକାଠି ହେଲେ । ରାହୁଲ ଓ ପଦ୍ମା ଟଙ୍କା ଆଦାୟ କରୁଥିବା ସମସ୍ତେ ଅଭିଯୋଗ କଲେ । ଚିପିଲିମା ମାରାଙ୍ଗୋଲାରେ ଉଭୟେ ୪ ହଜାର ଲୋକଙ୍କୁ ନେଇ ସଭା କରିଥିଲେ । ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ଭାଷଣ ଦେଇ ବିଶ୍ୱାସ ଜନ୍ମାଇଥିଲେ । ଏରିଆ ମ୍ୟାନେଜର ପାଇଁ ୨୦ ହଜାର, ଝାଡୁଦାର ପାଇଁ ୧୨ ହଜାର ନେଉଥିଲେ । ସେମାନେ ଟଙ୍କା ନେବା ବେଳର ଭିଡିଓ ମଧ୍ୟ ଦେଖାଇଲେ ଲୋକେ । ପୋଲିସ ୬୨ ଲକ୍ଷ ଜବତ କରିବା ପରେ ଟଙ୍କା ପାଇଁ ପହଞ୍ଚିଲେ ଲୋକେ । ସୂଚନାଯୋଗ୍ୟ, ସରକାରୀ ସଂସ୍ଥାରେ ଝାଡୁଦାର ଚାକିରି ପ୍ରଲୋଭନରେ ୨ ଗିରଫ ହୋଇଛନ୍ତି । ଲକ୍ଷ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଗିରଫ କରିଛି ବୁର୍ଲା ପୋଲିସ। ସେମାନଙ୍କ ନିକଟରୁ ପ୍ରାୟ ୬୨ ଲକ୍ଷ ଟଙ୍କା ଜବତ ହୋଇଛି । ପ୍ରାୟତଃ ସମ୍ବଲପୁର, ବରଗଡ, ବୌଦ୍ଧ ଓ ସୋନପୁର ଜିଲ୍ଲାରୁ ଠକେଇ ଅଭିଯୋଗ ଆସିଛି । ଝାଡୁଦାର ଚାକିରି ଦେବା ନାଁରେ ୧୨ ହଜାର ଲେଖାଏଁ ଆଦାୟ କରୁଥିଲେ ।










