29.1 C
Bhubaneswar
Friday, February 6, 2026
Homeଓଡିଶାପୀତବାସଙ୍କ ମର୍ଡର: ଆତ୍ମସମର୍ପଣ କଲା ସୁଦର୍ଶନ ଜେନା

ପୀତବାସଙ୍କ ମର୍ଡର: ଆତ୍ମସମର୍ପଣ କଲା ସୁଦର୍ଶନ ଜେନା

ବ୍ରହ୍ମପୁର: ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ଆସିଲା ବଡ ଅପଡେଟ୍ । ଆତ୍ମସମର୍ପଣ କରିଛନ୍ତି ଫେରାର୍ ଅଭିଯୁକ୍ତ ସୁଦର୍ଶନ ଜେନା । ବ୍ରହ୍ମପୁରର ବୈଦ୍ୟନାଥପୁର ଥାନାରେ ଆତ୍ମସମର୍ପଣ କରିଛନ୍ତି । ବିଜେଡି ନେତା ବିକ୍ରମ ପଣ୍ଡାଙ୍କ ସହେଯାଗୀ ଥିଲା ସୁଦର୍ଶନ ଜେନା । ସୂଚନାଯୋଗ୍ୟ, ପୀତବାସ ପଣ୍ଡା ହତ୍ୟା ମାମଲାର ପର୍ଦ୍ଦାଫାସ କରି ବିକ୍ରମ ପଣ୍ଡା ସମେତ ୧୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ଦେଇଥିଲେ ବ୍ରହ୍ମପୁର ଏସ୍ପି । ଏହା ସହ ସେ ବଡ ଖୁଲାସା କରି କହିଥିଲେ ଯେ ହତ୍ୟା କରିବା ପାଇଁ ୫୦ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା, ୧୦ ଲକ୍ଷ ଟଙ୍କା ଆଡଭାନ୍ସ ଦିଆଯାଇଥିଲା । ହତ୍ୟା ପରେ ଆଉ ୪୦ ଲକ୍ଷ ଟଙ୍କା ଦେବା ପାଇଁ ଡିଲ୍ ହୋଇଥିଲା ।

ଏହି ଘଟଣାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ମେୟର ଶିବ ଶଙ୍କର ଦାସ ଓରଫ ପିଣ୍ଟୁ ଗିରଫ । କର୍ପୋରେଟର ମଳୟ ବିଷୋୟୀ ବି ଗିରଫ ହୋଇଛନ୍ତି । ବିକ୍ରମଙ୍କ ନିକଟତମ ସହେଯାଗୀ ମଦନ ଦଳେଇ ଗିରଫ ହୋଇଛନ୍ତି । କୁରୁପତି ଭୂୟାଁ, ସୁଦର୍ଶନ ଜେନା, ଚିଣ୍ଟୁ ପ୍ରଧାନ, ଶିଶୁ କୁମାର ପାସୱାନ, କୁନ୍ଦନ କୁମାର, ବିପିନ ସ୍ୱାଇଁ, ଯୋଗୀ ଦତ୍ତ, ଉମା ବିଷୋୟୀ, ଶିମାଞ୍ଚଳ ନାହାକ, ଯୋଗେନ୍ଦ୍ର ରାଉତ, ରାଜେନ୍ଦ୍ର କୁମାର ସାହୁ ଗିରଫ ହୋଇଛନ୍ତି । ଏହି ଘଟଣାରେ ୧୫ ଜଣଙ୍କ ସମ୍ପୃକ୍ତି ରହିଥିଲେ । ସୁଦର୍ଶନଙ୍କ ଆତ୍ମସମର୍ପଣ ପରେ ଗିରଫଦାରୀ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ୨ ଜଣ ଏବେ ବି ଫେରାର ଅଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking