ମୟୁରଭଞ୍ଜ: ସଡ଼କ ଦୁର୍ଘଟଣାରେ ପୁଣି ଗଡିଲା ମୁଣ୍ଡ।ରକ୍ତରେ ଭିଜିଲା ରାସ୍ତା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାରିପଦା ସ୍ଥିତ ବାଲେଶ୍ଵର ଗୋଲେଇ ରୁ ଷ୍ଟେସନ ବଜାର ରାସ୍ତାରେ। ଦୁର୍ଘଟଣା ଘଟାଇଥିବା ଡ଼ମ୍ପର ଓଡି ୧୧ ସି ୬୭୨୭ ନମ୍ବର ଅଟେ l ତେବେ ସ୍ୱାମୀ ଓ ସ୍ତ୍ରୀ ଦୁହେଁ ସନ୍ଧ୍ୟା ପ୍ରାୟ ୫ଟା ସମୟରେ ତାଙ୍କର ପାଲବଣୀ ଘରକୁ ସ୍କୁଟିରେ ଯାଉଥିବା ବେଳେ ଡମ୍ପର ଧକ୍କା ଦେଇଥିଲା । ଅନ୍ୟପଟେ ବାଲେଶ୍ୱର ଗୋଲେଇ ପେଟ୍ରୋଲପମ୍ପ ଛକ ଏବେ ପାଲଟିଛି ଯମ ଦୁଆର। ଏଠାରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟିବା ସହିତ ନଷ୍ଟ ହେଉଛି ଧନଜୀବନ। ଆଉ ଏହା ବାରିପଦା ପୌରପାଳିକା ଏବଂ ଜିଲ୍ଲା ଟ୍ରାଫିକ ପୋଲିସ ବିଭାଗର ଅବହେଳା ପାଇଁ ହେଉଛି ବୋଲି ଚର୍ଚ୍ଚା ହେଉଛି। ଏଠାରେ ରାସ୍ତାର ଉଭୟ ପାର୍ଶ୍ବରେ ଜବରଦଖଲ ବଢ଼ି ଚାଲିଥିବା ଯୋଗୁଁ ରାସ୍ତା ସଙ୍କୁଚିତ ହୋଇ ଦୁର୍ଘଟଣାର କାରଣ ସାଜିଛି ଏହି ବ୍ୟସ୍ତବହୁଳ ରାସ୍ତା ବୋଲି ଆଲୋଚନା ହେଉଛି। ସେହିପରି ରାସ୍ତାର ଫୁଟପାଥରେ ଉଠା ଦୋକାନୀମାନଙ୍କ ଆସର।ଯାହାଫଳରେ ସଙ୍କୁଚିତ ହେଉଛି ରାସ୍ତା ବଢୁଛି ଦୁର୍ଘଟଣା । ତେବେ ଏଇ କିଛିଦିନ ବ୍ୟବଧାନରେ ଏହି ରାସ୍ତାରେ ଗଲାଣି ଅନେକ ଜୀବନ l ତେବେ ଶ୍ରୀମତୀ ରତ୍ନପ୍ରଭା ଷଡ଼ଙ୍ଗୀ ବାରିପଦା ପୋଲିସ ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ। ଏହି ଦୁର୍ଘଟଣାରେ ସ୍ଵାମୀ ସିଦ୍ଧେଶ୍ୱର ମିଶ୍ର ଅବସରପ୍ରାପ୍ତ ଶିକ୍ଷକ ଗୁରୁତର ହୋଇ ବାରିପଦା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କର ଚିକିତ୍ସା ଚାଲିଥିବା ବେଳେ ସ୍ତ୍ରୀ ରତ୍ନପ୍ରଭାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ମୃତ ଘୋଷଣା କରିଛନ୍ତି ଡାକ୍ତର l










