21.1 C
Bhubaneswar
Saturday, February 7, 2026
Homeଓଡିଶାଦୀପାବଳିରେ ଯୁବକଙ୍କୁ ଛୁରାମାଡ

ଦୀପାବଳିରେ ଯୁବକଙ୍କୁ ଛୁରାମାଡ

ପୁରୀ: ଦୀପାବଳିରେ ଯୁବକଙ୍କୁ ଛୁରାମାଡ । ପୁରୀ ଟାଉନ ଥାନା ଅନ୍ତର୍ଗତ ପାପୁଡ଼ିଆ ମଠ ସମ୍ମୁଖରେ ଯୁବକଙ୍କୁ ଛୁରାମାଡ। ଗୁରୁତର ଯୁବକ ହେମନ୍ତ ପଟ୍ଟନାୟକ । ଖଜା ଦୋକାନୀ ହେମନ୍ତଙ୍କୁ ବଚସା ନେଇ ଜଣେ ଦୃର୍ବୁତ୍ତ ଛୁରାମାଡ କରିଥିବା ସୂଚନା । ଗୁରୁତର ହେମନ୍ତଙ୍କୁ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।ଦୀପାବଳି ରାତିରେ ହେମନ୍ତ ନିଜ ଖଜା ଦୋକାନୀ ମାଲିକଙ୍କ ସହ କଥାବାର୍ତ୍ତା ହୋଇ ଥଟା ତାମସା କରୁଥିବାବେଳେ ଜଣେ ଦୃର୍ବୁତ୍ତ ହଠାତ୍ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ହୋଇ ନିଜ ପକେଟରେ ଥିବା ଛୁରୀ ବାହାର କରି ହେମନ୍ତଙ୍କ କାନକୁ ଆକ୍ରମଣ କରିଥିଲେ । ରକ୍ତାକ୍ତ ଅବସ୍ଥାରେ ହେମନ୍ତଙ୍କୁ ପୋଲିସ ଉଦ୍ଧାର କରି ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଦୃର୍ବୁତ୍ତଙ୍କୁ ଧରିବା ପାଇଁ ଟାଉନ ଥାନା ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking