28.1 C
Bhubaneswar
Wednesday, February 4, 2026
Homeଓଡିଶାଟିଉସନ ସାରଙ୍କୁ ଗୁଳିମାଡ଼

ଟିଉସନ ସାରଙ୍କୁ ଗୁଳିମାଡ଼

ମୟୁରଭଞ୍ଜ: ବିଚ୍ ରାସ୍ତାରେ ଟିଉସନ ସାରଙ୍କୁ ଗୁଳିମାଡ଼ ହୋଇଥିବା ନେଇ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଘରକୁ ଫେରୁଥିବା ବେଳେ ଗୁଳିମାଡ଼ କଲେ ଦୁର୍ବୃତ୍ତ। ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ମାଙ୍କଡାପାଳ ଗାଁରେ ଗତକାଲି ଏହି ଘଟଣା ଘଟିଛି। ଏଥିରେ ଗୁରୁତର ହୋଇଛନ୍ତି ମାଙ୍କଡାପାଳ ଗାଁର ସଞ୍ଜୟ କୁମାର ନାୟକ। ସେ ପିଲାଙ୍କୁ ଟିଉସନ କରି ପରିବାର ପୋଷନ୍ତି। ଗତକାଲି ସନ୍ଧ୍ୟାରେ ଘରକୁ ଫେରୁଥିବା ବେଳେ ରାସ୍ତାରେ ଗଛ ଡ଼ାଳ ପଡ଼ିଥିବାରୁ ଅଟକିଥିଲେ ସଞ୍ଜୟ। ଏତିକିବେଳେ କେହି ତାଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳିମାଡ଼ କରି ଫେରାର ହୋଇ ଯାଇଥିଲା। ଗୋଟିଏ ଗୁଳି ସଞ୍ଜୟଙ୍କ ପେଟ ପାଖରେ ବାଜି ବାହାରି ଯାଇଛି। ଅତ୍ୟଧିକ ରକ୍ତ ସ୍ରାବ ହେବାରୁ ତାଙ୍କୁ ବାରିପଦା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ପୂର୍ବ ଶତ୍ରୁତାରୁ ଏହି ଗୁଳିମାଡ଼ ହୋଇଥିବା ଅନୁମାନ କରାଯାଉଛି। ବଡ଼ସାହି ପୋଲିସ ଓ ଟାଉନ୍ ଥାନା ପୋଲିସ ମେଡିକାଲରେ ପହଞ୍ଚି ପଚରାଉଚରା କରିବା ସହ ଅଧିକ ତଦନ୍ତ ଚଳାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking