କଟକ: ମୁଣ୍ଡୁଳୀ ବ୍ୟାରେଜ ଛକରେ ସନ୍ଦେହଜନକ ଭାବେ କଳା ରଙ୍ଗର କାର ରଖି ଯୁବକ ନିଖୋଜ । ଘଟଣାସ୍ଥଳରେ ବାରଙ୍ଗ ଥାନା ପୋଲିସ ଓଡ୍ରାଫ ଟିମ ସହ ପହଞ୍ଚି ମହାନଦୀ ପାଣିକୁ ଡେଇଁ ନିଖୋଜ ସନ୍ଦେହରେ ଯୁବକଙ୍କୁ ଖୋଜାଖୋଜି ଜାରି ରଖିଛନ୍ତି । ନିଖୋଜ ଯୁବକ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଶକ୍ତିକାନ୍ତ ସାହୁ ବୋଲି ପୋଲିସ ଜାଣିବାକୁ ପାଇଛି । ତେବେ ଯୁବକ ନଦୀକୁ ଡେଇଁଥନ୍ତି ନାଁ ନିଖୋଜ ହୋଇଛନ୍ତି ତାହା ଏଯାଏଁ ଜଣାପଡିନାହିଁ ।










