17.1 C
Bhubaneswar
Sunday, December 7, 2025
Homeଓଡିଶାଜନ ସମ୍ପର୍କ ପଦଯାତ୍ରାରେ ଯୋଗ ଦେଲେ ନବୀନ ପଟ୍ଟନାୟକ

ଜନ ସମ୍ପର୍କ ପଦଯାତ୍ରାରେ ଯୋଗ ଦେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ବିଜୁ ଜନତା ଦଳ ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ନ ରେ ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ର ଗଙ୍ଗନଗର ବିଜୁ ଆଦର୍ଶ କଲୋନୀ ରେ ଆୟୋଜିତ ଜନସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ |ବିଜେଡି ର ନେତା ଓ କର୍ମୀ ମାନଙ୍କ ଗହଣ ରେ ଶ୍ରୀ ପଟ୍ଟନାୟକ କିଛି ବାଟ ଚାଲିବା ସହିତ ଆୟୋଜିତ ସଭା ରେ ଉପସ୍ଥିତ ଜନତା ଓ କର୍ମୀଙ୍କୁ ଜନ୍ମ ଦିନର ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇଥିଲେ | ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବିଜୁ ଜନତା ଦଳ ଓଡିଶା ବାସୀ ଙ୍କ ସହିତ ସବୁବେଳେ ରହିଛି ଓ ରହିଥିବ | ସେବା ବିଜୁ ଜନତା ଦଳ ର ମନ୍ତ୍ର | ତେଣୁ ଲୋକଙ୍କ ସେବା ଜାରି ରଖିବା ପାଇଁ କର୍ମୀ ମାନଙ୍କୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେବା ସହିତ,ଶେଷ ପର୍ଯ୍ୟନ୍ତ ସେ ଓଡିଶା ମା ର ସେବା କରିଚାଲିବେ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ|

ଭୁବନେଶ୍ୱର ବିଜୁ ଜନତା ଦଳ ର ସଭାପତି ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ବିଜେଡି ର ବରିଷ୍ଠ ଉପସଭାପତି ଶ୍ରୀ ଦେବୀପ୍ରସାଦ ମିଶ୍ର,ସାଂସଦ ଦେବାଶିଷ ସାମନ୍ତରାୟ,ସାଂସଦ ସୁଲତା ଦେଓ,ବିଧାୟକ. ଶ୍ରୀମତୀ ପ୍ରମିଳା ମଲ୍ଲିକ,ବିଧାୟକ ଅନନ୍ତ ନାରାୟଣ ଜେନା,ବିଧାୟକ ସୁଶାନ୍ତ ରାଉତ,ବିଧାୟକ ଶ୍ରୀ ବିଭୁତି ବଳବନ୍ତରାୟ ,ଭୁବନେଶ୍ୱର ର ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କଅଁର,ବିଜେଡି ର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ବିଜେଡି ର କର୍ପୋରେଟର ମାନେ ଯୋଗ ଦେଇଥିଲେ|

ଜନ୍ମ ଦିନ ଅବସରରେ ପଟ୍ଟନାୟକ ପିଲାମାନଙ୍କୁ ଚକୋଲେଟ ବାଣ୍ଟି ଥିଲେ | ସୂଚନା ଯୋଗ୍ୟ ଯେ ଚଳିତ ବର୍ଷ ବିଜେଡି ର ଜନ ସମ୍ପର୍କ ପଦଯାତ୍ରା ଅକଟୋବର ୯ ରୁ ଆରମ୍ଭ ହୋଇଛି. ଓ ଏହା ନଭେମ୍ବର ୯ ପର୍ଯ୍ୟନ୍ତ ଚାଲିବ|ଓଡିଶା ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଆଜି ୭୯ ବର୍ଷ ରେ ପଦାର୍ପଣ କଲେ | ସରଳ ଓ ନିରାଡ଼ମ୍ବର ଜୀବନ ଶୈଳୀ ରେ ବିଶ୍ୱାସ ରଖୁଥିବା ଶ୍ରୀ ନବୀନ ପଟ୍ଟନାୟକ ତାଙ୍କ ଜନ୍ମ ଦିନ SOS Village ର ପିଲାମାନଙ୍କ ଗହଣ ରେ କାଟିଥିଲେ |ଆଜି ପୂର୍ବାହ୍ନ ରେ ଶ୍ରୀ ପଟ୍ଟନାୟକ ସେଠାର ପହଂଚିବା ପରେ ପିଲାମାନେ ତାଙ୍କୁ ସ୍ୱାଗତ କରିଥିଲେ|ପିଲାମାନେ ଦ୍ୱାରା ପ୍ରସ୍ତୁତ cake ଶ୍ରୀ ପଟ୍ଟନାୟକ କାଟିବା ସହ ପିଲାମାନଙ୍କୁ ନିଜେ cake ଖୁଆଇ ଦେଇଥିଲେ ଓ ପିଲାମାନଙ୍କୁ ଉପହାର ଦେଇଥିଲେ |ପିଲାମାନଙ୍କୁ ଆଶୀର୍ବାଦ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଆଜି ପିଲାମାନଙ୍କ ସହ ଜନ୍ମ ଦିନ ପାଳନ କରି ସେ ବହୁତ ଖୁସି |ତାଙ୍କ ଜନ୍ମ ଦିନ ରେ ସାମିଲ ହୋଇ ଥିବାରୁ ଶ୍ରୀ ପଟ୍ଟନାୟକ ପିଲାମାନଙ୍କୁ ଧନ୍ୟବାଦ ଜଣାଇବା ସହ ଭବିଷ୍ୟତ ରେ ଭଲ ମଣିଷ ହେବା ପାଇଁ ଆଶୀର୍ବାଦ କରିଥିଲେ |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking