19.1 C
Bhubaneswar
Thursday, February 12, 2026
Homeଓଡିଶାଶେଷ ପର୍ଯ୍ୟନ୍ତ ଓଡ଼ିଶା ମା'ର ସେବା କରିବି: ନବୀନ

ଶେଷ ପର୍ଯ୍ୟନ୍ତ ଓଡ଼ିଶା ମା’ର ସେବା କରିବି: ନବୀନ

ଭୁବନେଶ୍ୱର : ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ଦଳ। ମୁଁ ସବୁବେଳେ ଆପଣଙ୍କ ସହ ରହିଛି, ରହିବି। ଶେଷ ପର୍ୟ୍ୟନ୍ତ ଓଡ଼ିଶା ମା’ର ସେବା କରିବି। ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରାରେ ଯୋଗ ଦେଇ ଏହା କହିଛନ୍ତି ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଜନ୍ମଦିନରେ ନବୀନ ପଟ୍ଟନାୟକ ଆଜି ଲୋକଙ୍କ ଗହଣରେ ପହଞ୍ଚି ପଦଯାତ୍ରା କରିଥିଲେ। ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀର ଗଙ୍ଗନଗର ପଲ୍ଲୀରେ ଆୟୋଜିତ ଜନ ସମ୍ପର୍କ ପଦଯାତ୍ରାରେ ନବୀନ ଯୋଗ ଦେଇଥିଲେ। ଗତ ଜୁନ ମାସରେ ଅସୁସ୍ଥତା ପରେ ନବୀନ ପ୍ରଥମ ଥର ପାଇଁ କୌଣସି ବଡ଼ କାର୍ୟ୍ୟକ୍ରମରେ ଯୋଗ ଦେଇଛନ୍ତି। ଦୀର୍ଘ ଦିନ ପରେ ନବୀନଙ୍କୁ ପାଖରେ ପାଇ ଦଳୀୟ ନେତା ଓ କର୍ମୀଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା।ନବୀନଙ୍କୁ ସ୍ୱାଗତ କରିବାକୁ ବସ୍ତିର ପ୍ରତି ଘର ଆଗରେ ଶୁଭ କଳସ ବସିଥିଲା। ଝୋଟି ବି ହୋଇଥିଲା। ମହିଳାମାନେ ଥାଳିରେ ଫୁଲ ଧରି ନବୀନଙ୍କ ବାଟକୁ ଅପେକ୍ଷା କରିଥିଲେ। ନବୀନ ବସ୍ତି ରାସ୍ତାରେ ଚାଲି ଚାଲି ଯିବାବେଳେ ଫୁଲରେ ତାଙ୍କୁ ସ୍ୱାଗତ କରାଯାଇଥିଲା। ନବୀନ ପଟ୍ଟନାୟକ ଜିନ୍ଦାବାଦ ସ୍ଲୋଗାନରେ ଖଣ୍ଡ ମଣ୍ଡଳ କମ୍ପିଥିଲା । ବିଜେଡି ଜିଲ୍ଲା ସଭାପତି ଅଶୋକ ପଣ୍ଡାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ସାଂସଦ ଦେବାଶିଷ ସାମନ୍ତରାୟ, ସୁଲତା ଦେଓ, ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା, ବିଭୁତି ବଳବନ୍ତରାୟ, ମେୟର ସୁଲୋଚନା ଦାସ, ପ୍ରଣବ ବଳବନ୍ତରାୟ ପ୍ରମୁଖ ପହଞ୍ଚି ଥିଲେ। ନବୀନଙ୍କ ଝଲକ ଟିକିଏ ପାଇବାକୁ ପ୍ରବଳ ଭିଡ଼ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking