30.6 C
Bhubaneswar
Tuesday, June 9, 2026
Homeଓଡିଶାଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ଓଡିଶା ରାଇସ ମିଲର୍ସ ମହାସଂଘ...

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ଓଡିଶା ରାଇସ ମିଲର୍ସ ମହାସଂଘ କର୍ମକର୍ତ୍ତା

ଭୁବନେଶ୍ୱର: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ସହ ଓଡିଶା ରାଇସ ମିଲର୍ସ ସଂଘ ପ୍ରତିନିଧି ମାନେ ସାକ୍ଷାତ କରିଛନ୍ତି। ମନ୍ତ୍ରୀଙ୍କ ସରକାରୀ ବାସଭବନରେ ଏହି କର୍ମକର୍ତ୍ତା ମାନେ ସାକ୍ଷାତ କରି ମିଲିଂ ଖର୍ଚ୍ଚ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଏଥିସହ କର୍ମକର୍ତ୍ତା ମାନେ ଖୁସିବ୍ୟକ୍ତ କରିବା ସହ ଆଗାମୀ ଦିନରେ ସହଯୋଗ ଜାରି ରହିବ ବୋଲି କହିଥିଲେ । ନିକଟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମିଲିଂ ଦରକୁ ଦୁଇଗୁଣା ବୃଦ୍ଧି କରିଛନ୍ତି । ଉଷୁନା ଚାଉଳର ମିଲିଂ ଦର ପୂର୍ବରୁ କ୍ୱିଣ୍ଟାଲ ପିଛା ୨୦ ଟଙ୍କା ଥିବା ବେଳେ ଏହାକୁ ୪୦ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ଅରୁଆ ଚାଉଳର ମିଲିଂ ଦର କ୍ୱିଣ୍ଟାଲ ପିଛା ୧୦ ଟଙ୍କା ଥିବା ବେଳେ ଏହାକୁ ୨୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଗତ କିଛି ବର୍ଷ ମଧ୍ୟରେ ଶ୍ରମିକ ମଜୁରୀ, ଇନ୍ଧନଏବଂ ଅନ୍ୟାନ୍ୟ ମିଲିଂ ସାମଗ୍ରୀର ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ମିଲିଂ ଦର ବୃଦ୍ଧି କରାଯାଇଛି । ଏହାଦ୍ୱାରା ମିଲର ମାନଙ୍କ ସମସ୍ୟା ଦୂର ହେବା ସହ ଚାଷୀ ମାନଙ୍କ ଠାରୁ ସୁରୁଖୁରରେ ଧାନ ସଂଗ୍ରହ ହୋଇପାରିବ । ଏଥିସହ ରାଜ୍ୟର ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ ହେବ ବୋଲି ଆଶା କରାଯାଉଛି । ଏହି ଅବସରରେ ଓଡିଶା ରାଇସ ମିଲର୍ସ ଆସୋସିଏସନ ସାଧାରଣ ସମ୍ପାଦକ ଶ୍ରୀ ଲକ୍ଷ୍ମୀନାରାୟଣ ଦୀପକ ରଞ୍ଜନ ଦାସଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking