ମୁନିଗୁଡା: ଟାଙ୍ଗିଆରେ ହାଣି ଶ୍ରମିକଙ୍କୁ ହାଣି ହତ୍ୟା କଲା ଅନ୍ୟ ଜଣେ ଶ୍ରମିକ । ଭାଟଗୁଡାରେ ଶ୍ରମିକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଉତ୍ୟକ୍ତ ହୋଇ ଜଣେ ଶ୍ରମିକ ଅନ୍ୟ ଜଣେ ଶ୍ରମିକକୁ ଟାଙ୍ଗିଆରେ ହାଣିଥିଲା । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି । ଆହତ ଶ୍ରମିକକୁ ବିଷମ କଟକର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ପାଇ ଅଭିଯୁକ୍ତ ଥାନାରେ ଅଟକ ରହିଛନ୍ତି, ମୃତାହତ ସମସ୍ତେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡର । ୩ ଜଣ ଶ୍ରମିକ ମେଗା ପାନୀୟ ଜଳ ପ୍ରକଳ୍ପରେ କାମ କରୁଥିଲେ ।










