31.1 C
Bhubaneswar
Thursday, April 30, 2026
Homeଓଡିଶାଖଣି ଶ୍ରମିକଙ୍କୁ ନିଯୁକ୍ତି ଦିଅ, ଛଟେଇ ବନ୍ଦ କର: ପ୍ରୀତି ରଞ୍ଜନ

ଖଣି ଶ୍ରମିକଙ୍କୁ ନିଯୁକ୍ତି ଦିଅ, ଛଟେଇ ବନ୍ଦ କର: ପ୍ରୀତି ରଞ୍ଜନ

ଯାଜପୁର: ଯାଜପୁର ଜିଲ୍ଲା ର ସୁକିନ୍ଦା ଖଣି ଉପତ୍ୟକା ରେ ଖଣି ପ୍ରଭାବିତ ଅଂଚଳ ରେ ବାସ କରୁ ଥିବା ଶ୍ରମିକ ମାନଂକୁ ନିଯୁକ୍ତି ନ ଦେଇ ସେମାଙ୍କୁ ଛଟେଇ କରୁଛନ୍ତି l ଖଣି ଅଂଚଳ ର ଯୁବକ ଯୁବତୀ କାର୍ଯ୍ୟ ନ ପାଇ ଅନତ୍ର କାର୍ଯ୍ୟ କରିବା ପାଇଁ ପଳାଇ ଯାଉଛନ୍ତି ସେମାନଙ୍କ ହକ ଖଣି କାର୍ଯ୍ୟ କରି ପରିବାର ପତି ପୋଷଣ କରିବା ସଂଗେ ଖଣି ଅଂଚଳ ର ଥିବା ବିଭିନ୍ନ ସମସ୍ୟା ଯଥା ପାନୀୟ ଜଳ ଶିକ୍ଷା ସ୍ୱlସ୍ଥ ଗମନା ଗମ ସୁବିଧା ପ୍ରତି ଧାନ୍ୟ ଦେବା ସେଥି ପ୍ରତି ଆଇନ ରହିଛି କିନ୍ତୁ ଖଣି ମାଲିକ ମାନେ ଦୁଷ୍ଟି ନ ଦେଇ ଶ୍ରମିକ ଛଟେଇ କରୁ ଛନ୍ତି l ଖଣି ମାଲିକ ମାନଙ୍କ ର ଶ୍ରମିକ ବରଣ ନୀତି କୁ ବରଦାସ୍ତ କରା ଯିବ ନାହିଁ ବୋଲି ପୂର୍ଵ ତନ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଢ଼େଇ ଚେତା ବାଣୀ ଦେଇ ଛନ୍ତି l ଖଣି ଅଂଚଳ ର ଶ୍ରମିକ ମାନଂକୁ ଖଣି ରେ ନିଯୁକ୍ତି ଦିଅ ଚାଟେଇ ବନ୍ଦ କର ନ ହେଲେ ଖଣି ଗୁଡିକୁ ସମ୍ପୃକ୍ତ ଅଂଚଳ ର ଲୋକ ମାନେ ବନ୍ଦ କରି ଦେବେ କେଉଁ ନେତା ପିଠି ରେ ପଡିବେ ନାହିଁ ତୁରନ୍ତ ନିଯୁକ୍ତି ଦିଅ l ଏ ସଂପର୍କ ରେ ଶ୍ରମିକ ମାନଙ୍କ ନିଯୁକ୍ତି ସହିତ ଖଣି ଅଂଚଳ ର ବିଭିନ୍ନ ସମସ୍ୟା ସମ୍ପର୍କ ରେ ବିଭିନ୍ନ ଖଣି କର୍ତ୍ତୃପକ୍ଷଙ୍କୁ ପୂର୍ବତନ ମନ୍ତ୍ରୀଙ୍କ ଦାବି ପ୍ରତ୍ର ପଦାନ କରିଛନ୍ତି l ଦାବି ପୂରଣ ନହେଲେ ଶ୍ରମିକ ସଂଘର ଆନ୍ଦୋଳନ ଚେତାବନୀଦେଇ ଛନ୍ତି ସୁକିନ୍ଦା ଖଣି ଉପତ୍ୟକାର ସବୁ କ୍ରିୟାଶୀଳ ଖଣିରେ ନିଯୁକ୍ତି କ୍ଷେତ୍ରରେ ବ୍ୟାପକ ପାତର ଅନ୍ତର ଦେଖିବାକୁ ମିଳିଛି । ଯାଜପୁର ଜିଲ୍ଲା ଓ ସୁକିନ୍ଦା ଅଞ୍ଚଳର ଯୁବକ ମାନଙ୍କୁ ନିଯୁକ୍ତି ନଦେଇ ଖଣି ମାଲିକ ବାହାର ଯୁବକଙ୍କୁ ନିଯୁକ୍ତି ଦେଉଛନ୍ତି ।ପ୍ରତ୍ୟକ୍ଷ ଖଣି ପ୍ରଭାବିତ ଅଞ୍ଚଳବାସୀଙ୍କ ନ୍ୟାର୍ଯ୍ୟ ଅଧିକାର ଓ ଖଣିରୁ ବହିରାଗତ କର୍ମଚାରୀ ଓ ଶ୍ରମିକଙ୍କ ବହିଷ୍କାର ଦାବିକରି ସବୁ ଖଣି କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି lସୁକିନ୍ଦା ରିଜିଅନ କ୍ରୋମାଇଟ୍‌ ଖାଦାନ ମଜଦୁର ସଂଘର ସଭାପତି ତଥା ରାଜ୍ୟ ସରକାରଙ୍କ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ। ଓଡ଼ିଶା ଖଣି ନିଗମ, ଇମ୍ଫା, ବାଲେଶ୍ବର ଆଲଏଜ୍, ଜିନ୍ଦଲ ଷ୍ଟେନଲେସ୍, ବେଦାନ୍ତ-ଫେକର ଓ ଟାଟା ଷ୍ଟିଲର ମୁଖ୍ୟ ପଦାଧିକାରୀଙ୍କୁ ତାଙ୍କ ପତ୍ର ସଂଖ୍ୟା ୨୪୦୨/ଏସ୍‌ଆରସିକେଏମ୍‌ସ୍‌/୧୩-୧୦-୨୦୨୫ ଆଧ‌ାରରେ ପୃଥକ ଚିଠି ଲେଖି ସ୍ଥାନୀୟ ଛଟେଇ ଶ୍ରମିକ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଯୋଗ୍ୟ ଯୁବକ ମାନଙ୍କୁ ଖଣିରେ ନିଯୁକ୍ତି ଦାବି କୁ ଦୋହରାଇଛନ୍ତି। ଜିଲ୍ଲା ପ୍ରଶାସନ ପୋଲିସ ପ୍ରଶାସନ କୁ ଅବଗତ କରିଛନ୍ତି l ଏଥିରେ ବ୍ୟତିକ୍ରମ ହେଲେ ଆଗାମୀ ଦିଗରେ ଶ୍ରମିକସଂଘ ପକ୍ଷରୁ ସୁକିନ୍ଦା ଖଣି ଅଂଚଳ ରେ ଅର୍ଥ ନୈତିକ ଅବରୋଧ କରା ଯିବା ସଂଗେ ଖଣି ଗୁଡିକୁ ଠପ କରି ଦିଆ ଯିବ ବୋଲି ଶ୍ରୀ ଘଡେ଼ଇ ଚରମ ନିଷ୍ପତ୍ତି ଶୁଣାଇ ଛନ୍ତି l

ସରକାର ପରିବର୍ତ୍ତନ ପରେ ଗତ ୧୬ ମାସ ମଧ୍ୟରେ ପ୍ରାୟ ସବୁ ଖଣିରେ ଖଣି କର୍ତ୍ତୃପକ୍ଷ ଓ ବଡ଼ବଡ଼ ଠିକା ସଂସ୍ଥା‌ରେ ବହିରାଗତ କର୍ମଚାରୀ ଓ ଶ୍ରମିକଙ୍କ ସଂଖ୍ୟା ବୃଦ୍ଧି ପାଉଥିଲା ବେଳେ ସ୍ଥାନୀୟ ଯୁବକଙ୍କ ନିଯୁକ୍ତିରେ ଉଦ୍‌ବେଗଜନକ ହ୍ରାସ ହୋଇ ଚାଲିଛି । ଏହାକୁ ଅ‌ଯୌକ୍ତିକ, ବେଆଇନ ଏବଂ ପ୍ରତ୍ୟକ୍ଷ ଖଣି ପ୍ରଭାବିତ ଅଞ୍ଚଳବାସୀଙ୍କ ପ୍ରତି ଅନ୍ୟାୟ ଓ ଉପହାସ ବୋଲି ପୂର୍ବତନ ମନ୍ତ୍ରୀ ଶ୍ରୀ ଘଡ଼ାଇ କ୍ଷୋଭ ପ୍ରକାଶ କରିଛନ୍ତି। ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଓ ଖଣିଅଞ୍ଚଳରେ ପର୍ଯ୍ୟାପ୍ତ ସଂଖ୍ୟାରେ ଉଚ୍ଚକୁଶଳୀ, କୁଶଳୀ, ଅର୍ଦ୍ଧକୁଶଳୀ ଓ ଅଣକୁଶଳୀ ବର୍ଗର ଆଶାୟୀ ଯୁବକଯୁବତୀ ବେକାର ରହିଥିବା ସ୍ଥଳେ ଖଣିରେ ସେମାନଙ୍କ ନିଯୁକ୍ତି ଦାବିକୁ ଅଣଦେଖା କରାଯାଉଛି।

ଖଣି ଖନନ ଓ କ୍ରୋମ୍‌ ପରିବହନ ଯୋଗୁ ସ୍ଥାନୀୟ ଅଞ୍ଚଳରେ ପରିବେଶ ପ୍ରଦୂଷଣ, ବିଭିନ୍ନ ସ୍ବ‌ାସ୍ଥ୍ୟଗତ ସମସ୍ୟ‌ା, କୃଷିକ୍ଷେତ୍ରରେ ଫସଲହାନୀ, ଦରଦାମ ବୃଦ୍ଧି, ଗମନାଗମନରେ ଗୁରୁତର ସମସ୍ୟା ଭଳି ବହୁବିଧ ସମସ୍ୟା‌ରେ ଖଣିଅଞ୍ଚଳବାସୀ ଜର୍ଜରିତ ହେଉଛନ୍ତି। ବାସହରା ଓ ଜମିହରା ଅଞ୍ଚଳବାସୀଙ୍କ ତ୍ୟାଗ ଏବଂ ବିଭିନ୍ନ ପଲ୍ଲୀସଭା ଓ ଜନ ଶୁଣାଣିରେ ଅକୁଣ୍ଠ ସମର୍ଥନ ପାଇଁ ସୁରୁଖୁରୁରେ ଖଣିକାର୍ଯ୍ୟ କରିଆସୁଥିବା ଖଣି କର୍ତ୍ତୃପକ୍ଷମାନେ ଏବେ ନିଯୁକ୍ତି କ୍ଷେତ୍ରରେ ଅଞ୍ଚଳବାସୀଙ୍କୁ ଯୋଜନାବଦ୍ଧ ଭାବେ ପ୍ରତାରିତ କରୁଥିବା ଉଲ୍ଲେଖ କରି ଖଣି କର୍ତ୍ତୃପକ୍ଷଙ୍କ ଏତାଦୃଶ ଆଭିମୁଖ୍ୟକୁ ଇଂ ଘଡ଼ାଇ ତୀବ୍ର ବିରୋଧ କରିଛନ୍ତି।ସ୍ଥାନୀୟ ଲୋକଙ୍କ ପ୍ରତି ବୈମାତୃକ ମନୋଭାବ ରଖି କମ୍ପାନି ଓ ଠିକାଦାରମାନେ ଅଞ୍ଚଳବାସୀଙ୍କୁ ଉପେକ୍ଷା କରୁଥିବା ସେ ଅଭିଯୋଗ କରିଛନ୍ତି। ପ୍ରତିବାଦ ସ୍ବରୂପ ଏବେ ଖଣିଅଞ୍ଚଳବାସୀଙ୍କ ମଧ୍ୟରେ କ୍ରୋଧ ର ବହ୍ନି ଜାଗ୍ରତ ହୋଇ ଉଗ୍ରରୂପ ନେବାକୁ ଯାଉଥିବା ସେ ଚେତାଇ ଦେଇଛନ୍ତି। ଏସବୁକୁ ଦୃଷ୍ଟିରେ ରଖି ଆଗାମୀ ଏକ ମାସ ମଧ୍ୟରେ ଖଣିରେ ନିୟୋଜିତ ବାହାର ଅଞ୍ଚଳର କର୍ମଚାରୀ ଓ ଶ୍ରମିକଙ୍କୁ ତୁରନ୍ତ ବହିଷ୍କାର କରି ସେହି ସ୍ଥାନରେ ସୁକିନ୍ଦାର ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ଶ୍ରୀ ଘଡ଼ାଇ ଦୃଢ଼ ଦାବି କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking