ବ୍ରହ୍ମପୁର: କଟକ ବଡ ମେଡିକାଲର ଡାକ୍ତର ଛାତ୍ରଛାତ୍ରୀଙ୍କୁ ମାଡ ମାରି ଲହୁ ଲୁହାଣ କରିଥିବା ଅଭିଯୋଗ ହୋଇଛି । ଗତକାଲି ବ୍ରହ୍ମପୁର ମେଡିକାଲ କଲେଜରେ ଆୟୋଜିତ ଡ୍ୟୁଟି ମିଟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ କଟକ ବଡ ମେଡିକାଲ ୧୦୧ ଛାତ୍ରଛାତ୍ରୀ ଯାଇଥିଲେ । ହେଲେ ସେଠାରେ ସ୍ୱାଗତ ନାଁରେ ସେମାନଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଛି । ପିଲାମାନେ ଯାଇଥିଲେ ସେ ବସ ଭାଙ୍ଗି ଦେଇଛନ୍ତି ଏମକେସିଜି ଛାତ୍ରଛାତ୍ରୀ । ପ୍ରତିବର୍ଷ ମେଡିକାଲ କଲେଜଗୁଡିକୁ ନେଇ ଆୟୋଜିତ ହୋଇଥାଏ ଏହି ଡ୍ୟୁଟି ମିଟ କାର୍ଯ୍ୟକ୍ରମ । ଚଳିତବର୍ଷ ବ୍ରହ୍ମପୁର ମେଡିକାଲ କଲେଜର ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।










