32.1 C
Bhubaneswar
Sunday, March 29, 2026
Homeଓଡିଶାବିଜେପି କୋର୍ କମିଟି ବୈଠକ ଆରମ୍ଭ

ବିଜେପି କୋର୍ କମିଟି ବୈଠକ ଆରମ୍ଭ

ଭୁବନେଶ୍ୱର: ରାଜ୍ୟ ବିଜେପିର କୋର୍ କମିଟି ବୈଠକ ଆରମ୍ଭ ହୋଇଯାଇଛି । ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବୈଠକ ଚାଲିଛି । ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଅନ୍ୟ ମନ୍ତ୍ରୀ ଉପସ୍ଥିତ ଅଛନ୍ତି । ନୂଆପଡା ଉପନିର୍ବାଚନ ନେଇ ହୋଇପାରେ ଆଲୋଚନା । ଏହା ପରେ ବିଜେପି ପାର୍ଲାମେଣ୍ଟାରୀ ବୋର୍ଡର ବାଜିବ ମୋହର । ଦିଲ୍ଲୀକୁ ପ୍ରାର୍ଥୀଙ୍କ ନାଁ ପଠାଇବ ରାଜ୍ୟ ବିଜେପି । ପ୍ରାର୍ଥୀ ରେସ୍‌ରେ ୪ ଜଣ ଥିବା ଚର୍ଚ୍ଚା ହେଉଛି । କାହା ନାଁ ଦିଲ୍ଲୀକୁ ପଠାଯିବ ତାହା ଉପରେ ନଜର ରହିବ । ପୂର୍ବରୁ କଂଗ୍ରେସ ପକ୍ଷରୁ ପ୍ରଥମେ ପ୍ରାର୍ଥୀ ଘୋଷଣା କରି ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିଛି। ବିଜେପି ଏବଂ ବିଜେଡି ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହାନ୍ତିଇସିଆଇ ଅନୁଯାୟୀଆସନ୍ତା ୧୩ରେ ନୂଆପଡ଼ା ଉପନିର୍ବାଚନର ବିଜ୍ଞପ୍ତି ପ୍ରକାଶ ପାଇବ। ଅକ୍ଟୋବର ୨୦ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି। ଅକ୍ଟୋବର ୨୨ରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ୨୪ରେ ନାମାଙ୍କନ ପ୍ରତ୍ୟାହାର ଶେଷ ତାରିଖ ରହିଛି। ଏହା ପରେ ନଭେମ୍ବର ୧୧ରେ ଭୋଟିଂ ଥିବା ବେଳେ ନଭେମ୍ବର ୧୪ରେ ଭୋଟ୍ ଗଣତି ରହିଛି। ​​​​​​​

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking