ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାୀତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ଏହି ଘଟଣାରେ ବଡ କାର୍ଯ୍ୟାନୁଷ୍ଠାନ ନେଇଛି ଦୁର୍ଗାପୁର ପୋଲିସ । ୩ ଅଭିଯୁକ୍ତକୁ ଗିରଫ କରିଛି ଦୁର୍ଗାପୁର ଥାନା ପୋଲିସ । ମୋବାଇଲ୍ ଲୋକେସନ୍ ଟ୍ରାକ୍ କରି ଧରିଲା ପୋଲିସ୍ । ଗିରଫ ୩ ଜଣ ସ୍ଥାନୀୟ ଅଞ୍ଚଳର ହୋଇଥିବା ନେଇ ସୂଚନା ମିଳିଛି । ଘଟଣାର ୩୬ ଘଣ୍ଟା ପରେ ଗିରଫ ହେଲେ ୩ ଅଭିଯୁକ୍ତ । ଛାତ୍ରୀ ଦୁଷ୍କର୍ମ ଘଟଣାରେ ଅନ୍ୟ ୨ ଜଣ ଅଭିଯୁକ୍ତ ଫେରାର୍ ଅଛନ୍ତି । କ୍ରାଇମ୍ ସ୍ପଟ୍ରେ ପହଞ୍ôଚଛି ପୋଲିସର ତଦନ୍ତକାରୀ ଟିମ୍ । ଡ୍ରୋନ୍ ସାହାଯ୍ୟରେ ଘଟଣାସ୍ଥଳରେ ତଦନ୍ତ କରାଯାଉଛି । ସୂଚନା ଯୋଗ୍ୟ ଯେ ଶୁକ୍ରବାର ରାତିରେ ୪ରୁ ୫ ଜଣ ଦୁର୍ବୃତ୍ତ ଦୁର୍ଗାପୁର ମେଡିକାଲ୍ କଲେଜରେ ପଢୁଥିବା ଓଡିଆ ଡାକ୍ତରୀ ଛାତ୍ରୀଙ୍କ ସହ ଦୁଷ୍କର୍ମ କରିଥିଲେ । ପୁରୁଷ ବନ୍ଧୁଙ୍କ ଉପସ୍ଥିତିରେ ମାଡ ମାରିବା ସହ ଗଣଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ଅନ୍ୟପଟେ ଡାକ୍ତରଖାନାରେ ପୀଡିତାଙ୍କର ଚିକିତ୍ସା ଚାଲିଛି । ପୀଡିତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା ନେଇ ସୂଚନା ଦେଇଛନ୍ତି ପୀଡିତାଙ୍କ ବାପା । ମେଡିକାଲରେ ଉନ୍ନତ ଚିକିତ୍ସା ପରେ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା ନେଇ ସେ କହିଛନ୍ତି ।










