27.1 C
Bhubaneswar
Thursday, April 30, 2026
Homeଦେଶ ବିଦେଶପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ!

ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ!

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ଦୁର୍ଗାପୁର ମେଡିକାଲ କଲେଜ ଓଡିଆ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଛାତ୍ରୀ ଜଣକ ବାଲେଶ୍ଵର ଜଳେଶ୍ଵର ଅଂଚଳର । ପଶ୍ଚିମବଙ୍ଗ ବର୍ଦ୍ଧମାନ ଜିଲ୍ଲା ଦୁର୍ଗାପୁରର ଶୋଭାପୁରରେ ଘଟିଛି ଏ ଲଜ୍ଜାଜନକ ଘଟଣା। ଏକ ଘରୋଇ ମେଡିକାଲ କଲେଜରେ ଦ୍ଵିତୀୟ ବର୍ଷରେ ପଢୁଥିଲେ ଛାତ୍ରୀ। ଡାକ୍ତରୀ ଛାତ୍ରୀଙ୍କୁ ହସ୍ପିଟାଲ ପରିସରରେ ଟାଣି ନେଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ସୂଚନାରୁ ଜଣାପଡିଛି ଯେ ଛାତ୍ରୀ ଜଣକ ଗତକାଲି ରାତିରେ  ପୁରୁଷ ବନ୍ଧୁଙ୍କ ସହ କ୍ୟାମ୍ପସରୁ ବାହାରକୁ ଆସିଥିଲେ। ସେ ଫେରୁଥିବା ବେଳେ ଜଣେ ବ୍ୟକ୍ତି ତାଙ୍କୁ ହସ୍ପିଟାଲ ପଛପଟେ ଥିବା ଏକ ନିଛାଟିଆ ସ୍ଥାନକୁ ଟାଣି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୀଡିତାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ମେଡିକାଲ କଲେଜର କର୍ମଚାରୀ ଏବଂ ମହିଳାଙ୍କ ସହିତ ଆସିଥିବା ବନ୍ଧୁ ସମେତ ଅନ୍ୟ ବ୍ୟକ୍ତିମାନଙ୍କୁ ମଧ୍ୟ ପଚରାଉଚରା ଆରମ୍ଭ କରିଛି। ଖବର ପାଇ ଛାତ୍ରୀଙ୍କ ପରିବାର ଆସି ମେଡିକାଲରେ ପହଞ୍ଚିଛନ୍ତି। ଝିଅ ଆଇସିୟୁରେ ରହିଛି, କୌଣସି ଚିକିତ୍ସା ସୁବିଧା ଦିଆଯାଉନି ବୋଲି କହିଛନ୍ତି ଛାତ୍ରୀଙ୍କ ବାପା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking