25.1 C
Bhubaneswar
Saturday, March 21, 2026
Homeଓଡିଶାସନ୍ତୁଳିତ ଆଞ୍ଚଳିକ ବିକାଶକୁ ପ୍ରୋତ୍ସାହିତ କରୁଛି “ଏକ ଜିଲ୍ଲା ଏକ ଉତ୍ପାଦ”

ସନ୍ତୁଳିତ ଆଞ୍ଚଳିକ ବିକାଶକୁ ପ୍ରୋତ୍ସାହିତ କରୁଛି “ଏକ ଜିଲ୍ଲା ଏକ ଉତ୍ପାଦ”

ଭୁବନେଶ୍ଵର: “ଏକ ଜିଲ୍ଲା ଏକ ଉତ୍ପାଦ” (ଓଡିଓପି) ପଦକ୍ଷେପ ଉତ୍ପାଦକଙ୍କ ଜୀବନ-ଜୀବିକାକୁ ସମୃଦ୍ଧ କରୁଛି । ସନ୍ତୁଳିତ ଆଞ୍ଚଳିକ ବିକାଶ ସହ ସମସ୍ତ ଜିଲ୍ଲାର ସାମାଜିକ-ଅର୍ଥନୈତିକ ବିକାଶ ପାଇଁ ଏହା ଲକ୍ଷ୍ୟ ରଖିଛି ବୋଲି “ଏକ ଜିଲ୍ଲା ଏକ ଉତ୍ପାଦ” କ୍ଷମତା ବିକାଶ କର୍ମଶାଳାରେ ଆଜି ଏହି ମତ ପ୍ରକାଶ ପାଇଛି । ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଅଧୀନ ରପ୍ତାନି ପ୍ରୋତ୍ସାହନ ଏବଂ ବିପଣନ ନିର୍ଦ୍ଦେଶାଳୟ ଦ୍ୱାରା ସ୍ଥାନୀୟ ଲୋକସେବା ଭବନ କନଭେନସନ୍ ସେଣ୍ଟର୍ ଠାରେ ଆୟୋଜିତ ଏହି କର୍ମଶାଳାର ଉଦ୍ଦେଶ୍ୟ ଥିଲା ଏହା ସହ ସମ୍ପୃକ୍ତ ଅଧିକାରୀମାନଙ୍କ ଜ୍ଞାନ ବୃଦ୍ଧି କରିବା ଏବଂ “ଏକ ଜିଲ୍ଲା ଏକ ଉତ୍ପାଦ” ଇକୋସିଷ୍ଟମ୍ କୁ ଅଧିକ ଶକ୍ତିଶାଳୀ କରିବା । କାର୍ଯ୍ୟକ୍ରମର ଆରମ୍ଭରେ ରପ୍ତାନି ପ୍ରୋତ୍ସାହନ ଏବଂ ବିପଣନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ସଞ୍ଜୟ କୁମାର ମିଶ୍ର ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ । ପ୍ରତ୍ୟେକ ଜିଲ୍ଲାର ବିଶେଷ ଉତ୍ପାଦକୁ ଚିହ୍ନଟ କରି ସେଗୁଡିକର ପ୍ରୋତ୍ସାହନ ପାଇଁ ସେ ଗୁରୁତ୍ଵାରୋପ କରିଥିଲେ । ଭୁବନେଶ୍ଵରସ୍ଥିତ ୱାର୍ଲ୍ଡ ଟ୍ରେଡ୍ ସେଣ୍ଟର୍ ଆଞ୍ଚଳିକ ନିର୍ଦ୍ଦେଶିକା ଶ୍ରୀମତୀ ନିମେଶିକା ନଟରାଜନ ରପ୍ତାନି ବୃଦ୍ଧି ଏହାର ସୁବିଧା ସୁଯୋଗ ଉପରେ ଆଲୋକପାତ କରିଥିଲେ ।

ଏମପେଡାର ଉପନିର୍ଦ୍ଦେଶକ ଅର୍ଚ୍ଚିମାନ ଲାହିରୀ ସାମୁଦ୍ରିକ ଖାଦ୍ୟର ରପ୍ତାନୀ ସୁଯୋଗ ଉପରେ ଚର୍ଚ୍ଚା କରିଥିଲେ । କଟକ ମତ୍ସ୍ୟ ଚାଷ ନିର୍ଦ୍ଦେଶାଳୟର ସହାୟକ ନିର୍ଦ୍ଦେଶକ ଶ୍ରୀ ଜଗଦୀଶ ସାହୁ ମତ୍ସ୍ୟ ଚାଷର ବିକାଶ ଉପରେ ଗୁରୁତ୍ଵ ପ୍ରଦାନ କରିଥିବା ବେଳେ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗର ରାଜ୍ୟ ନିର୍ଦ୍ଦେଶକ ସୁବାଶ ଛେତ୍ରୀ ପାରମ୍ପରିକ ଏବଂ ଗ୍ରାମୀଣ ଶିଳ୍ପର ସମ୍ଭାବନା ସହିତ କ୍ଲଷ୍ଟର ଭିତ୍ତିକ ବିକାଶ ଉପରେ ଆଲୋକପାତ କରିଥିଲେ । ରପ୍ତାନି ପ୍ରୋତ୍ସାହନ ଏବଂ ବିପଣନ ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ପ୍ରଭାକର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ରାମ୍ପ୍ ଯୋଜନା ଅଧୀନରେ ଏହି କର୍ମଶାଳା ଆୟୋଜନ ହୋଇଥିଲା । ଏହି କର୍ମଶାଳା ବିଭିନ୍ନ ବିଭାଗ ଏବଂ ସଂସ୍ଥାଗୁଡିକ ମଧ୍ୟରେ ଜ୍ଞାନ ବିନିମୟ ପାଇଁ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ସୃଷ୍ଟି କରିଥିଲା । ସୂଚନାଯୋଗ୍ୟ, “ଏକ ଜିଲ୍ଲା ଏକ ଉତ୍ପାଦ” ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଦେଶର ପ୍ରତ୍ୟେକ ଜିଲ୍ଲାରୁ ଗୋଟିଏ ଉତ୍ପାଦ ଚୟନ, ବ୍ରାଣ୍ଡ ଏବଂ ପ୍ରୋତ୍ସାହିତ କରିବା । ଏହା ସହ ସେମାନଙ୍କର ବଜାର ସୁବିଧା ଉପଲବ୍ଧତା ବୃଦ୍ଧି ଏବଂ ରପ୍ତାନି ସମ୍ଭାବନାକୁ ବଢ଼ାଇବା ପାଇଁ ନିଜ ନିଜ ଯୋଗାଣ ଶୃଙ୍ଖଳାର ସମସ୍ତ ପଏଣ୍ଟରେ ପ୍ରତ୍ୟେକ ମନୋନୀତ ଓଡିଓପି ଉତ୍ପାଦ ସହିତ ଜଡିତ ସମସ୍ୟାର ଚିହ୍ନଟ ଏବଂ ସମାଧାନ କରିବା । ଉତ୍ପାଦକଙ୍କ ଜୀବନକୁ ଉନ୍ନତ କରିବା ଏବଂ ପ୍ରକ୍ରିୟାରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking