ଭୁବନେଶ୍ୱର: ପୋଲିସ ଏସଆଇ କେଳେଙ୍କାରୀ ମାମଲାର ସତ୍ୟାସତ୍ୟ ବାହାର କରିବା ସଜାଗ ହୋଇଛି କ୍ରାଇମବ୍ରାଞ୍ଚ । କୋଟିଂ ଇନଷ୍ଟିଚ୍ୟୁଟ ବାଣିକର ୩ ଜଣଙ୍କୁ ନୋଟିସ କରିଛି କ୍ରାଇମବ୍ରାଞ୍ଚ । ଏଚଆଇ ମୁଖ୍ୟ, ଆକାଉଣ୍ଟଓ ମ୍ୟାନେଜର, ମାର୍କେଟିଙ୍ଗ ମ୍ୟାନେଜର ଏହି ତିନି ଜଣଙ୍କୁ ନୋଟିସ କରାଯାଇଛି । ଆଜି କଟକ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି । ଏସଆଇ ପରୀକ୍ଷା ଅନିୟମିତତା ସଂପର୍କରେ ପଚରାଉଚରା କରାଯିବ । ଅଭିଯୁକ୍ତ ପରୀକ୍ଷାର୍ଥୀଙ୍କ ବୟାନ ଆଧାରରେ ଗତକାଲି ଭୁବନେଶ୍ୱରର ସିଆରପି ଛକରେ ଥିବା ଶିକ୍ଷାନୁଷ୍ଠାନ ବାଣିକରେ ଛାପା ମାରିଥିଲା ସିଆଇଡିର ସ୍ୱତନ୍ତ୍ର ଟିମ । ଅଫିସ ଭିତରେ ଥିବା କମ୍ପ୍ୟୁଟରରୁ ଡାଟା ସଂଗ୍ରହ କରିଛି ସିଆଇଡି । ୩ ଘଣ୍ଟା ଘରି ତନାଘନା ଜାରି କରିଥିଲେ କ୍ରାଇମବ୍ରାଞ୍ଚ ଅଧିକାରୀ ।










