30.1 C
Bhubaneswar
Tuesday, May 26, 2026
Homeଓଡିଶାସମୁଦ୍ରରେ ବୁଡ଼ିଲା ବୋଟ୍: ଅଳ୍ପକେ ବର୍ତ୍ତିଲେ ୮ ମତ୍ସ୍ୟଜୀବୀ

ସମୁଦ୍ରରେ ବୁଡ଼ିଲା ବୋଟ୍: ଅଳ୍ପକେ ବର୍ତ୍ତିଲେ ୮ ମତ୍ସ୍ୟଜୀବୀ

କେନ୍ଦ୍ରାପଡ଼ା:  କେନ୍ଦ୍ରାପଡ଼ାଜିଲ୍ଲା ରାଜନଗର ସାତଭାୟା ସମୁଦ୍ରରେ ବୁଡ଼ିଲା ବୋଟ୍ । ଅଳ୍ପକେ ବର୍ତ୍ତିଲେ ୮ ମତ୍ସ୍ୟଜୀବୀ। ତାରିଣୀ -୨ ବୋଟ୍ ଟି ଦୁର୍ଘଟଣା ଘଟି ବୁଡ଼ିଥିବା ସୂଚନା । ବିଳମ୍ବିତ ରାତିରେ ଘଟିଛି ଏଭଳି ଅଭାବନୀୟ ଘଟଣା। ବୋଟଟି ଭଦ୍ରକ ଅଞ୍ଚଳର ବୋଲି ଜଣାପଡିଛି।ସମୁଦ୍ରକୁ ବୋଟ୍ ମାଛ ମାରିବା ପାଇଁ ଆସିଥିବା ବେଳେ ବୋଟରେ ୮ ଜଣ ମତ୍ସ୍ୟଜୀବୀ ଥିଲେ।  ଦୁର୍ଘଟଣା ଘଟି ବୋଟଟି ବୁଡ଼ିଯିବାରୁ ମତ୍ସ୍ୟଜୀବୀ ମାନେ ପହଁରି କୂଳକୁ ଆସିଥିବା ବେଳେ ସମସ୍ତ ମତ୍ସ୍ୟଜୀବୀ ସୁରକ୍ଷିତ ଅଛନ୍ତି। ବୋଟରେ ଥିବା ମାଛ ସହ ସମସ୍ତ ଆସବାବପତ୍ର ସମୁଦ୍ରରେ ବୁଡ଼ି ଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking